ବଇରାସର ଶିବ ମନ୍ଦିରରୁ ଚୋରି

ତରଭା : ବଲାଙ୍ଗିର ଜିଲ୍ଲା ପୁଇଁଥିଲା ବ୍ଳକ ବଇରାସର ଶିବ ମନ୍ଦିରରୁ ଗତ ଶୁକ୍ରବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହେଇଛି । ଏନେଇ ପୂଜାରୀ ରିନା ଥନାପତି ବଇରାସର ପୁଲିସ ବିଟ୍‌ରେ ଅଭିଯୋଗ କରିଥିଲେ । ସଦର ବିଟ୍‌ ଅଧିକାରୀ ଏଏସଆଇ ଅଜିତ କୁମାର ସାହୁ ଘଟଣାସ୍ଥଳକୁ ପହଞ୍ଚି ପୁଇଁନ୍ତଲା ଥାନାକୁ ଜଣାଇଥିଲେ । ପୁଇଁତଲା ଆଇଆଇସି ଶୋଭରାଜ ଧରୁଆ ତାଙ୍କ ଟିମ୍‌ ସହ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଡଗ୍‌ସ୍କାର୍ଡ ଓ ସାଇଣ୍ଟିଫିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବର ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଚୋରର କୌଣସି ସନ୍ଧାନ ମିଳିପାରିନାହିଁ । ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ଆଳତି ପରେ ମନ୍ଦିରର ଗ୍ରିଲରେ ତାଲା ପକାଇ ପୂଜାରୀ ଘରକୁ ଯାଇଥିଲେ । ଶନିବାର ଭୋରରୁ ପୂଜାରୀ ମନ୍ଦିର ଖୋଲିବାକୁ ଯିବାବେଳେ ଗ୍ରିଲ କଟା ହୋଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରକୁ ଯାଇ ଦେଖିବାରୁ ମନ୍ଦିର ଭିତରେ ଶିବଙ୍କ କୌଣସି ମୂର୍ତି ନଥିଲା । ଏ ବିଷୟରେ ଆଇଆଇସି ଶୋଭରାଜ ଧରୁଆଙ୍କୁ ପଚାରିବାରୁ ତଦନ୍ତ ଚାଲିଥିବା କହିଥିଲେ ।

Leave A Reply

Your email address will not be published.