ଶୀତରେ ଥରୁଛି ଓଡ଼ିଶା : ଫୁଲବାଣୀରେ ୬ ଡିଗ୍ରିକୁ ଖସିଲା ପାରଦ

ଭୁବନେଶ୍ୱର : ଗତ କିଛି ଦିନ ହେଲା ରାଜ୍ୟ‌‌ରେ ଶୀତ କମ୍‌ ରହିଥିବା ବେଳେ ଏବେ ପୁଣି ଥଣ୍ଡା ବଢ଼ିବା ଆରମ୍ଭ ହୋଇଛି । ପାଖାପାଖି ୧୦ ଦିନ ପରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି । କେବଳ ଫୁଲବାଣୀ ନୁହେଁ, ଆଉ ୪ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତର ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରି ଖସିଥିବା ବେଳେ ଉପକୂଳ‌ରେ ୧ ଡିଗ୍ରି କମିଛି । ତେବେ ଏପରି ସ୍ଥିତି ବେଶି ଦିନ ପର୍ୟ୍ୟନ୍ତ ଲାଗି ରହିବ ନାହିଁ ବୋଲି କୁହାଯାଇଛି । ୧୮ ତାରିଖରୁ ପୁଣି ରାଜ୍ୟକୁ ପୂର୍ବାପବନର ପ୍ରବାହ ବଢ଼ିବ ଓ ତାପମାତ୍ରାରେ ବୃଦ୍ଧି ଦେଖାଯିବ । ଫଳରେ ଥଣ୍ଡା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Leave A Reply

Your email address will not be published.

error: Content is protected !!