ଶଙ୍କର ଧରୁଆଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗାଇବାହଲ ପଞ୍ଚାୟତ ଘୁଚିପାଲି ଗାଁର ଶଙ୍କର ଧରୁଆଙ୍କ ପରଲୋକ ରବିବାର ମଧ୍ୟାହ୍ନରେ ହୋଇଯାଇଛି । ସେ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ପରିଚିତ ଥିଲେ । ଶନିବାର ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ବଲାଙ୍ଗୀର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ରବିବାର ଦିନ ଡାକ୍ତର ମୃତ ଘୋଷଣା କରିଥିଲେ । ଗାଁ ମଶାଣୀରେ ତାଙ୍କର ଶେଷକୃତ ସମ୍ପୂର୍ଣ୍ଣ ହୋଇଛି । ତାଙ୍କ ପୁଅ ମଣି ଧରୁଆ ମୁଖାଗ୍ନି ଦେଇଛନ୍ତି । ମୃତ୍ୟୁ ଖବର ପ୍ରଚାରିତ ହେବା ଯୋଗୁଁ ଘୁଚିପାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.