ls

ବନ ବିଭାଗ ଦ୍ୱାରା ଏକ କରତକଳରେ ୧୫୨ ଖଣ୍ଡ ସିଏଫଟି ନନ ଶାଳକାଠ ପଟା ସହ ମୂଲ୍ୟବାନ କାଷ୍ଠ ସାମଗ୍ରୀ ଜବତ

sb

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ରୁକ୍ମଣୀ ଗାଁର ଏକ ଘର ଭିତରେ ବେଆଇନ ଭାବେ ଗଢ଼ି ଉଠିଥିବା ଏକ କରତକଳରେ ୧୫୨ଟି ନନଶାଳକାଠ ପଟା ସହ ଘରେ ବ୍ୟବହୃତ ହେଉଥିବା ମୂଲ୍ୟବାନ ନୂତନ କାଷ୍ଠ ସାମଗ୍ରୀକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି । ଚୋରା କାଠ ଚାଲଣ ହେଉଥିବା ସଂକ୍ରାନ୍ତରେ କୌଣସି ସୂତ୍ରରୁ ସୂଚନା ପାଇ ଡ଼ିଏଫଓ ଅମ୍ଲାନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବନ ବିଭାଗ ଡିଭିଜନ ପକ୍ଷରୁ ଏକ ମୋବାଇଲ ଟିମ୍ ଓ ଏସିଏଫ୍‌ ଅଶୋକ ବେହେରାଙ୍କ ନେତୃତ୍ୱରେ ଛତ୍ରପୁର ବନ ଅଧିକାରିଣୀ ଘରମଣି ପାଣିଗ୍ରାହୀଙ୍କ ସହଯୋଗରେ ଏକ ଟିମ୍ ଛତ୍ରପୁର ସ୍ଥ ରୁକ୍ମଣୀ ଗାଁରେ ଚଢ଼ାଉ କରି ଉକ୍ତ ଚୋରା କାଠ ପଟା ଗୁଡିକ ଜବତ କରାଯାଇଛି ବୋଲି ସୂଚନା ମିଳିଛି ।

pc pk
Leave A Reply

Your email address will not be published.