ଶାନ୍ତିପଡାରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟକୁ ଯାଉଥିବା ରାସ୍ତା କଡରେ ପଡିଛି ଗାଈର ଶବ : ଝୁଣି ଖାଉଛନ୍ତି କୁକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାସ୍ତାକଡରେ ଗାଈର ଶବ ପଡିଥିବା ବେଳେ କୁକୁର ଝୁଣି ଖାଉଥିବା ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଶାନ୍ତିପଡାରୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟକୁ ଯାଉଥିବା ରାସ୍ତା ମଝିରେ ରହିଥିବା ବ୍ରିଜ୍‌ ତଳେ ଏକ ମୃତ ଗାଈ ପଡିଥିବା ବେଳେ ଏହାକୁ ବୁଲା କୁକୁରମାନେ ଝୁଣି ଖାଉଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ଠାରୁ ଏହି ଗାଈ ମରି ପଡିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଏବେ ଦୁର୍ଗନ୍ଧ ହେବାର ଆରମ୍ଭ ହୋଇଥିବା ବେଳେ କୁକୁର ଝୁଣି ଖାଉଥିବା ଭଳି ବିଭତ୍ସ ଦୃଶ୍ୟ ପଥଚାରୀଙ୍କୁ ଅତିଷ୍ଟ କରୁଥିବା ଜଣାପଡିଛି । ତେବେ ମ୍ୟୁନିସିପାଲିଟି ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.