
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଂସାରୀପଡା ନିବାସୀ ତଥା ରାଜମହଲ ଓ ରାଜ ମନ୍ଦିର ହୋଟେଲର ସ୍ୱତ୍ତାଧିକାରୀ ରାଜେନ୍ଦ୍ର ସାହୁ (୬୪)ଙ୍କ ଗତକାଲି ରାତି ଘ.୮ଟାରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର, ମୁମ୍ବାଇ ଓ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ସମୟରେ ତାଙ୍କ ସହ ଧର୍ମିଣୀ ଧରିତ୍ରୀ, ଝିଅ ସସ୍ମିତା, ଭାଇ ଦେବେନ୍ଦ୍ର, ସୁରେନ୍ଦ୍ର, ନରେନ୍ଦ୍ର (ଗୁଣ୍ଡା), ପୁତୁରା ରାହୁଲ, କିଶନ ଓ ସମ୍ପର୍କିୟମାନେ ଉପସ୍ଥିତ ଥିଲେ । ଆଜି ସକାଳେ ସ୍ଥାନୀୟ ଖୁଜେନପାଲି ସ୍ଥିତ ନିଜସ୍ୱ ବଗିଚାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ପୁତୁରା ଶିବରାମ (ଶିବା) ମୁଖାଗ୍ନୀ ଦେଇଥିଲେ । ରାଜେନ୍ଦ୍ର ସାହୁଙ୍କ ପିତା ସ୍ୱର୍ଗତ ଗୋପାଳ ଚନ୍ଦ୍ର ସାହୁଙ୍କ ପରେ ମଧୁବୈଶ୍ୟ (ଗୁଡିଆ) ସମାଜରେ ଜିଲ୍ଲା କୋଷାଧ୍ୟକ୍ଷ ପଦବୀରେ ରହି ସମାଜରେ ସକ୍ରିୟ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟ କରୁଥିଲେ । ସେ ଜଣେ ବେଶ୍ ମେଳାପୀ ବ୍ୟକ୍ତି ଥିବାରୁ ତାଙ୍କର ମୃତ୍ୟୁରେ ବନ୍ଧୁ, ସମାଜର ସଦସ୍ୟ ତଥା ପଡୋଶୀ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଶେଷକୃତ୍ୟ ସମୟରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ଗୁଡିଆ ସମାଜର ଜିଲ୍ଲା ସଭାପତି ମନୋରଂଜନ ସାହୁ, ସଂପାଦକ ଜୟକୃଷ୍ଣ ସାହୁ, ଆଶିଷ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ପ୍ରଦିପ ଚୋପଦାର, ରମେଶ ସାହୁ, ଦାସିଆ ସାହୁ, ହିରାଲାଲ ସାହୁ, ଯୋଗେଶ୍ୱର ସାହୁ, ମୁନ୍ନା ସାହୁ, ବିରେନ ଚୋପଦାର, ନିଳମଣୀ ସାହୁ, ରାମେଶ୍ୱର ସାହୁ ତଥା ବେଲାରସିଂ ଭୋଇ, ସୁରେଶ ପରିଚ୍ଛା, ଆକାଶ ମିଶ୍ର, ସନ୍ତକ ବହିଦାର, ଅରୁଣ ମିଶ୍ର, ମନୋଜ ଜୈନ ତଥା ଅନ୍ୟାନ୍ୟ ବନ୍ଧୁ ଓ ସମାଜ ତଥା ପଡାର ସଦସ୍ୟମାନେ ଉପସ୍ଥିତ ଥିଲେ ।