ମାର୍ଚ୍ଚ ୩୧ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ

ଭୁବନେଶ୍ୱର : ୩୧ ମାର୍ଚ୍ଚ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ । ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ଏକକାଳୀନ ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ‘ସୁଭଦ୍ରା’ ମ୍ୟାଜିକ୍ ନମ୍ବର କୋଟିଏରୁ ଅଧିକ ଛୁଇଁବ । ୮ ମାସରେ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଆମର ସ୍ୱଭାଗ୍ୟ । ଆମେ କୋଟିଏ କହିଥିଲୁ । ପୂର୍ବରୁ ୯୮ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଲିଛି । ଆସନ୍ତା ୬ ତାରିଖରେ ଯାହା ବାକି ଅଛି, ଯାହା ସେ ଟଙ୍କା ଦେବୁ । ତେଣୁ ଜିଲ୍ଲାପାଳ, ସୁଭଦ୍ରା ଟିମ, ମହିଳା ଶିଶୁ ବିକାଶ, ସହିତ ଅଙ୍ଗନବାଡି କର୍ମୀ, ବ୍ୟାଙ୍କ ମିତ୍ର ଗଣମାଧ୍ୟମ ମିତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସୁଭଦ୍ରା ପ୍ରଥମ କିସ୍ତିର ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ହିତାଧିକାରୀ ସାମିଲ ହୋଇଛନ୍ତି । ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଲେଖାଏଁ ଟଙ୍କା ମିଳିଛି । ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ଓ ଡିବିଟି ନେଇ ଥିବା ସମସ୍ୟା କାରଣରୁ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିପାରିନି । “ସୁଭଦ୍ରା’ ପ୍ରଥମ କିସ୍ତିର ଏମାନେ ଶେଷ ହିତାଧିକାରୀ ହୋଇଥିବା ବେଳେ ମାର୍ଚ୍ଚ ୬ରେ ୫ମ ପର୍ଯ୍ୟାୟରେ ଏମାନଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିବ । ୮ରେ ସମସ୍ତ ପ୍ରାୟ ୧କୋଟି ହିତାଧିକାରୀଙ୍କୁ ମିଳିବ ୨ୟ କିସ୍ତି ।

Leave A Reply

Your email address will not be published.