jayashree

ଧରାପଡ଼ିଲା ସେଣ୍ଟ୍ରିଂ ପ୍ଲେଟ୍‌ ଚୋର

ଡୁଡ଼ୁକା, (ସୁଶୀଲ କୁମାର ମିଶ୍ର) : ଆଗଲପୁର ବ୍ଲକ ସାଲେଭଟା-ଆଗଲପୁର ଆର୍‌ଡ଼ି ରାସ୍ତାର ଡୁଡ଼ୁକା ଠାରେ ଲାଇନିଙ୍ଗ୍‌ ଡେ଼୍ରନ୍‌ ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ୪୦ଟି ସେଣ୍ଟ୍ରିଂ ପ୍ଲେଟ୍‌ ଗତ ୩୦ତାରିଖ ରାତିରେ ଚୋରି ହୋଇଥିଲା । ଏ ସଂପର୍କରେ ରାସ୍ତା କାମର ଠିକାଦାର ଦେବାନନ୍ଦ ବସ୍ତିଆ ଗତ ୩୧ତାରିଖ ଦିନ ସାଲେଭଟା ଫାଣ୍ଡିରେ ଏତଲା ଦେଇଥିଲେ । ଅଭିଯୋଗକୁ ଆଧାର କରି ଫାଣ୍ଡି ଅଧିକାରୀ ସୁଶାନ୍ତ ଭୋଇ ତଦନ୍ତ ଆରମ୍ଭ କରିଥିଲେ । ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଚେରୁପାଲି କବାଡ଼ିଖାନାରୁ ୩୫ଟି ସେଣ୍ଟ୍ରିଂ ପ୍ଲେଟକୁ ଉଦ୍ଧାର କରିବା ସହ ମଙ୍ଗଳବାର ରାତିରେ ଝରଣୀପାଲି ପଞ୍ଚାୟତ ଆଡେନଡ଼ୁଙ୍ଗୁରି ଗାଁର ଅଭିଯୁକ୍ତ ନରେନ୍ଦ୍ର ନନ୍ଦକୁ ଗିରଫ କରି କେସ୍‌ ନଂ ୩୭ରେ କୋର୍ଟଚାଲାଣ କରିଥିଲେ ।

Leave A Reply

Your email address will not be published.