centurian jitm

କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଉଦ୍‌ଯାପିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଛାତ୍ରୀର ଆତ୍ମସୁରକ୍ଷା ହିଁ ଛାତ୍ରୀର ଜୀବନ ରକ୍ଷା । ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଟାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଇତିମଧ୍ୟରେ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉଦ୍‌ଯାପନୀ ଉତ୍ସବରେ ଅନେକ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିବା ବେଳେ, ଅଧ୍ୟକ୍ଷ ଶ୍ରୀଯୁକ୍ତ ପାଢୀ ପ୍ରଶିକ୍ଷିତ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣର ସଦୁପଯୋଗ କରିବା । ଯେକୌଣସି ଅସ୍ଵାଭାବିକ ପରିସ୍ଥିତିକୁ ଦାମ୍ଭିକତାର ସହ ମୁକାବିଲା କରିବା, ତାଲିମ ନେଇଥିବା କୌଶଳର ଅପବ୍ୟବହାର ନକରିବା ଭଳି ଉପଦେଶାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ । ଉକ୍ତ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିରର ଭାର ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ଦୋରା ଭାର ତୁଲାଇଥିବା ବେଳେ, ମାଷ୍ଟର ଟ୍ରେନର ତପସ୍ଵିନୀ ମାଝୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରଯାଇଥିଲା ।

Leave A Reply

Your email address will not be published.