centurian jitm

ଉପାନ୍ତ ଅଞ୍ଚଳର ପାଣି ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ସେଫାଳି

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଖବରକାଗଜ ତଥା ସାମାଜିକ ଗଣ ମାଧ୍ୟମରେ ବେଳେ ବେଳେ ଖବର ଏମିତି ଆସିଥାଏ ଯାହାକି ଜଣେ ସଚେତନ ନାଗରିକ ମନକୁ ଦୁଃଖ ଦେବା ସ୍ୱଭାବିକ । ଏମିତି ଏକ ଖବର ପଢିଥିଲେ ବରଗଡ଼ ଜିଲ୍ଲା ଉପାନ୍ତ ଅଞ୍ଚଳ ରାଇସଲପଦର ଗ୍ରାମର ସେଫାଳି ସାହୁ । ସେଫାଳି ଟୁଇଟର ଏବଂ ଫେସବୁକ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରିବାରେ ବେଶ ପରିଚିତ । ଏଠାରେ ସୂଚନାଯୋଗ୍ୟ ଯେ, ସେଫାଳି ସହିତ ସୋସିଆଲ ମିଡ଼ିଆରେ ସବୁବେଳେ ଚର୍ଚ୍ଚାର ପରିସରକୁ ଆସୁଥିବା ମୁକେଶ ସାହୁଙ୍କ ବାହାଘର ଅଳ୍ପ କିଛିଦିନ ପୂର୍ବରୁ ହୋଇଥିଲା । ଉଭୟଙ୍କୁ ଅଞ୍ଚଳରେ ଟୁଇଟର ଦମ୍ପତି ବୋଲି ସମ୍ବୋଧନ କରୁଥିବା ବେଳେ ଅସହାୟ ଗରିବ ଲୋକମାନଙ୍କ ପାଇଁ ଏମାନଙ୍କ ସକ୍ରିୟତା ସତରେ ପ୍ରଶଂସନୀୟ । କିଛିଦିନ ତଳେ ଦେବଗଡ଼ ଜିଲ୍ଲା ରାଇପୁର ଗ୍ରାମର ଜନସାଧାରଣ କେବଳ ଗୋଟିଏ କୂଅର ଭରସାରେ ପିଇବା ପାଇଁ ପାଣି ବ୍ୟବହାର କରୁଥିବା ସହିତ ଅନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ଏହି କୂଅ ଭରସା ବୋଲି ଖବରକାଗଜରେ ପ୍ରକାଶିତ ହୋଇଥିଲା । ସଙ୍ଗେ ସଙ୍ଗେ ସେଫାଳି ଉକ୍ତ ଖବରକାଗଜର ଫଟୋକୁ ଟୁଇଟ୍ ଜରିଆରେ ଦେବଗଡ଼ ଜିଲ୍ଲାପାଳଙ୍କ ସହ ବିଭାଗୀୟ ଅଧିକାରୀ, ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଟୁଇଟ ଆଧାରରେ ଦେବଗଡ଼ ଜିଲ୍ଲାରେ ସେଫାଳିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ଖୁବଶୀଘ୍ର ନଳକୂପ ମରାମତି କରାଯିବା ସହିତ ଉକ୍ତ ରାଇପୁର ଗ୍ରାମକୁ ମେଗା ଜଳ ଯୋଗାଣ ପ୍ରକଳ୍ପରେ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି । ନବ ବିବାହିତା ସେଫାଳିଙ୍କ ଏପରି ସାଧୁ ଉଦ୍ୟମକୁ ଗ୍ରାମବାସୀ ତଥା ସଚେତନ ନାଗରିକମାନେ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.