tur
shyamlal

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ତରଫରୁ ଚାଷୀମାନଙ୍କୁ ସୂର୍ଯ୍ୟମୁଖୀ ବିହନ ବଣ୍ଟନ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ ଚାଷୀମାନଙ୍କର ତୈଳ ବୀଜ ଫସଲର ଚାହିଦାକୁ ଆଖି ଆଗରେ ରଖି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ପ୍ରଣୟନ କରିଛନ୍ତି ଏହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଯୋଜନାରେ ମୁନିଗୁଡା ବ୍ଲକରେ ଚଳିତ ବର୍ଷ ୨୦୨୪ – ୨୫ ଆର୍ଥିକ ବର୍ଷରେ ରବି ଋତୁରେ କୃଷି ଜିଲ୍ଲା ଅଧିକାରୀ ଚିତ୍ତରଞ୍ଜନ ଶତପଥୀ, ଗୋଷ୍ଠୀ କୃଷି ଅଧିକାରୀ ଦୀପ୍ତିରାଣୀ ପଟ୍ଟନାୟକ, କୃଷି ଅଧିଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଉପସ୍ଥିତିରେ ୫୩ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ବିହନ ବଣ୍ଟନ କରାଯାଇଛି । ଏହି ବିହନକୁ ବିଶେଷ ଭାବରେ ମୁନିଗୁଡା ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଯଥା ଇଚ୍ଛାପୁର ଓ ଆମ୍ବାଦୋଳାରେ ୧୫ ହେକ୍ଟର, ପାଇକ ରାଣୀପିଣ୍ଡାରେ ୫ ହେକ୍ଟର, ମୁନିଗୁଡାରେ ୫ ହେକ୍ଟର, ପାତ୍ରଗୁଡା ଓ ମୁନିଖୋଲରେ ୨୮ ହେକ୍ଟର ଜମିରେ ଚାଷ ହେବା ପାଇଁ ବଣ୍ଟନ କରାଯାଇଛି । କେ.ବି.ଏସ୍‌.ଏଚ୍‌ – ୭୮ ଓ ୮୫ ଭେରାଇଟିର ବିହନ ହେକ୍ଟର ପ୍ରତି ୫ କେଜି ହିସାବରେ ଚାଷୀମାନଙ୍କୁ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ଡିବିଟି ମୋଡରେ ଆନୁଷଙ୍ଗିକ ପ୍ରୋତ୍ସାହନ ରାଶି ଚାଷୀମାନଙ୍କର ଜମା ଖାତାକୁ ଯିବା ବିଷୟରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏହି ସୂର୍ଯ୍ୟମୁଖୀ ଚାଷକୁ ଅଧିକ ପ୍ରଶିକ୍ଷଣ ମାଧ୍ୟମରେ ଚାଷୀମାନେ ଭଲ ଭାବରେ କରିବା ପାଇଁ କୃଷି ଜିଲ୍ଲା ଅଧିକାରୀ ଓ ଗୋଷ୍ଠୀ କୃଷି ଅଧିକାରୀ ସୂଚନା ଦେଇଛନ୍ତି । ବିଶେଷ ଭାବରେ ରଘୁନାଥ କଣ୍ଡାଗୋରି, ଲଚିନ୍ଦ୍ର କାଡ୍ରାକା, ପୁରୁଷୋତ୍ତମ ବାଞ୍ଜେଲିକା, ମାଣ୍ଡିକା ଶିରା, ପାଣିମାଝି କୁଲେଶିକା ପ୍ରମୁଖ ଚାଷୀ ଏହି ବିହନକୁ କୃଷି କାର୍ଯ୍ୟାଳୟରୁ ଗ୍ରହଣ କରି ନିଜକୁ ଖୁସି ବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷି ଅଧିଦର୍ଶକ ହିମାଂଶୁ ଭୂଷଣ ମହାନ୍ତି, ପୋଟଳି ମାଝୀ, ପ୍ରକାଶ ଚନ୍ଦ୍ର ବେହେରା, ମମିତା କୁମାରୀ ପାଢ଼ୀ, ସହକାରୀ ବୈଷୟିକ ପରିଚାଳକ ଉତ୍ତମ କୁମାର ଦାସ, ରଙ୍କନିଧି ପ୍ରଧାନ ଓ ଲୋପାମୁଦ୍ରା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ବିହନ ବଣ୍ଟନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.