କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଥି ମେହେରଙ୍କ ସଭାପତିତ୍ୱରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଗ୍ରାମର ସମାଜସେବୀ ସୁଦର୍ଶନ ତାଣ୍ତି, ସମ୍ମାନିତ ଅତିଥି ସ୍ଥାନୀୟ ଶିକ୍ଷାବିତ୍ ଭୁବନେଶ୍ୱର ଜାଲ, ଝସକେତନ ମାଝୀ, ମୁଖ୍ୟବକ୍ତା ଭାବେ ଶ୍ୟାମ କୁମାର ଦଣ୍ଡସେନା ଯୋଗଦେଇଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ଵାରା ଦେବ ପୂଜନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ସୁନ୍ଦର ସ୍ଵାଗତ ସଂଗୀତ ଗାନ କରିଥିଲେ । ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଅଭିଭାବକ ଶିକ୍ଷକ ସଂପର୍କ କିପରି ହେବା କଥା ତାହା ଅତିଥିମାନେ ନିଜର ବକ୍ତବ୍ୟରେ ଉପସ୍ଥାପନା କରିଥିଲେ । ମୁଖ୍ୟବକ୍ତା ଶ୍ୟାମ କୁମାର ଦଣ୍ଡସେନା ବିଭାଗର ବିଭିନ୍ନ ଯୋଜନା ଯଥା ଛାତ୍ର ବୃତ୍ତି, ପାଠ୍ୟକ୍ରମ, ବିଭିନ୍ନ ସହାୟତା ଯୋଜନା ସଂପର୍କରେ ଜନସଚେତନ କରାଇଥିଲେ ।ଏହା ସହ ବିଭିନ୍ନ ବିଭାଗ ପଞ୍ଚାୟତରାଜ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଯୋଗାଣ, ମହିଲା ଓ ଶିଶୁ, ମିଶନ ଶକ୍ତି ବିଭାଗ ଯୋଗଦେଇ ସରକାରଙ୍କ ସୁବିଧା ସୁଯୋଗ ସଂପର୍କରେ ଅଭିଭାବକଙ୍କୁ ଜଣାଇଥିଲେ । ଦ୍ଵିତୀୟ ପର୍ଯ୍ୟାୟର ଅଭିଭାବକ ଓ ଶିକ୍ଷାର୍ଥୀଙ୍କୁ ନେଇ ରଙ୍ଗୋଲି, ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଶେଷରେ ଅଭିଭାବକ ମାନେ ନିଜସ୍ୱ ମତ ପ୍ରଦାନ କରିଥିଲେ । ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ଶ୍ୟାମସୁନ୍ଦର ସୁନାନୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ବିଦ୍ୟାଳୟର ସେବିକା ବେବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.