ସେବାଜଗତ ତରଫରୁ ବୃକ୍ଷରୋପଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସେବାଜଗତର ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥିତ ରହି ବୁରାଟ ଗ୍ରାମବାସୀଙ୍କୁ ବୃକ୍ଷରୋପଣର ଆବଶ୍ୟକତା, ବୃକ୍ଷ ନଷ୍ଟ ଯୋଗୁଁ ପରିବେଶରେ ଦେଖାଯାଉଥବା କମ୍ ବର୍ଷା, ଗ୍ରୀଷ୍ମର ପ୍ରକୋପ, ଅଦିନିଆ ବର୍ଷା, ଅସହ୍ୟ ତାପମାତ୍ରା ଆଦି ସଂପର୍କରେ ନିଜର ବକ୍ତବ୍ୟରେ କହିଥିଲେ । ପରେ ସେବାଜଗତ କର୍ମୀ, ଓଏଲ୍‌ଏମ୍ ସିଆର୍‌ପି ତଥା ବୁରାଟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସେବାଜଗତର କର୍ମୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.