oom

ବିଜେପି ପକ୍ଷରୁ ସେବା ହିଁ ସଂଗଠନ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଭାରତରେ କରୋନା ମହାମାରୀ ତାର କାୟା ବିସ୍ତାର କରିଥିବା ବେଳେ ଲୋକଙ୍କୁ ଜାଗୃତ କରିବା ତଥା ସଚେତନ କାର୍ଯ୍ୟକ୍ରମ ସେବା ହିଁ ସଂଗଠନ ଜରିଆରେ ଆଜି ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ରାଇସଲପଦର ପଞ୍ଚାୟତ ଭୁତିବାହାଲ ଗ୍ରାମରେ ସାବୁନ ଓ ମାକ୍ସ ବଣ୍ଟନ କରାଯାଇଥିଲା । ଏଥିରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ବରିଷ୍ଠ ନେତା ଲଖମଣ ଯୁଆଡି, ରାଇସଲପଦ ପଂଚାୟତ ପ୍ରମୁଖ ମଙ୍ଗଳୁ ସାହୁ, ଯୁବ ନେତା କୈଳାଶ ଷାଣ୍ଢ, କୃଷକ ମୋର୍ଚା ମିଡ଼ିଆ ସେଲ କୋଡିନେଟର ନୀଳାଞ୍ଚଳ ଦରୁଆନ, ସୁଦାମ ସାହୁ, ରାମ ସାହୁ ପ୍ରମୁଖ ଉପସ୍ଥିତ ରହି ସେବା ହିଁ ସଂଗଠନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.