ଆରୋଗ୍ୟର ନିଃଶୁକ୍ଲ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ସ୍ଥିତ ଆରୋଗ୍ୟ ଜନସେବା କେନ୍ଦ୍ରଠାରେ ନିଃଶୁକ୍ଲ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ମାସର ପ୍ରତ୍ୟେକ ରବିବାର ଦିନ ଏହି ଶିବିର ଅନୁଷ୍ଠିତ ହୋଇଥାଏ । ଗରିବ ଲୋକ ଓ ବରିଷ୍ଠ ନାଗରିକମାନେ ଏହାର ସୁବିଧା ନେଇଥାନ୍ତି । ଆରୋଗ୍ୟର ନିର୍ଦ୍ଦେଶକ ସାମନ୍ତ କୁମାର ସାହୁ କହିନ୍ତି ଯେ, ପ୍ରତ୍ୟେକ ଶିବିରରେ ୨୫୦ରୁ ୩୦୦ ପର୍ୟ୍ୟନ୍ତ ଜନସାଧାରଣ ଏହି ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ପରାମର୍ଶ ନିଅନ୍ତି । ଏଠାରେ ପ୍ରାୟତଃ ମଧୁମେହ, ବ୍ଲଡପ୍ରେସର, ଅକ୍ସିଜେନ ଲେବୁଲ ଚେକ୍‌ଅପ୍‌, ଗାଇନିକ ଓ ଅପପୃଷ୍ଟି ଆଦି ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ମାଗଣାରେ ପ୍ରୋଟିନ ପାଉଡର, ଭିଟାମିନ୍‌ ସି, ମାସ୍କ, ସାନିଟାଇଜର ଆଦି ଯୋଗାଇ ଦିଆଯାଇଥାଏ । ଏହି କାର୍ୟ୍ୟକ୍ରମରେ ଡାକ୍ତର ଅଜୟ ମୀରେ, ଡା.ପ୍ରିୟଙ୍କା, ଡା.ଆଦିତ୍ୟ, ଡା.ବି ଏନ ଯୋଶୀ, ଡା.ଅଂଶୁମାନ ନାୟକ, ଡା.କିରଣ ମିଶ୍ର, ଡା.ପ୍ରତାପ ସାହୁ, ଡା.ଆର୍‌ସି ରଥ, ଡା.ଆର ସି ମେହେର ପ୍ରମୁଖ ଚିକିତ୍ସା ସୁବିଧା ଯୋଗାଇ ଦେଉଥିବା ବେଳେ ସମାଜସେବୀ ଇନ୍ଦ୍ରମଣୀ ବେହେରା, ରୀନତୀ ବେହେରା, ଏସ୍ଏସ୍ ପରିଡା, ଦେବସ୍ମିତା ପ୍ରଧାନ, ଲାଲ ବାହାଦୂର ଥାନା, ମୌସୁମୀ କିଶାନ, ଉର୍ବଶୀ ତାଣ୍ଡି ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.