oom

ଆଇଆର୍‌ଇଏଲ୍ ପକ୍ଷରୁ ଟାକିରୀୟା ବ୍ରହ୍ମପୁରରେ ସ୍ୱାସ୍ଥ୍ୟ ସେବାଶିବିର ଆୟୋଜିତ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଭ୍ରାମ୍ୟମାଣ ମାଗଣା ସ୍ୱାସ୍ଥ୍ୟ ସେବାଶିବିର ଆୟୋଜିତ ହୋଇଯାଇଛି । ଶୁକ୍ରବାର କଣମଣା ଗ୍ରାମପଞ୍ଚାୟତ ଅଧୀନସ୍ଥ ଟାକିରୀୟା ବ୍ରହ୍ମପୁର ଗ୍ରାମରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ସେବାଶିବିରକୁ ପଞ୍ଚାୟତ ୱାର୍ଡ ମେମ୍ବର ଶ୍ରୀମତୀ କେ. ଅଙ୍କିତା ରେଡ୍ଡୀ ଏକ ରିବନ୍ ଫିତାକୁ କାଟି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଦିବା ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଏହି ଶିବିର ସମାପ୍ତ ହୋଇଥିଲା । ଏହି ଶିବିରରେ ପ୍ରାୟତଃ ଦୁଇଶହରୁ ଅଧିକ ରୋଗୀ ବହିଃଚିକିତ୍ସା ସେବା ଲାଭ କରିଥିଲେ ଏବଂ ସେମାନଙ୍କୁ ଉନ୍ନତମାନର ଔଷଧୀୟ ଉପକରଣ ମାଗଣାରେ ପ୍ରଦାନ କରାଯାଇଛି । ଡାକ୍ତର ଏ. ପାଲ, ଡାକ୍ତର ଶ୍ରୀମତୀ ବି. ଶୁଭା, ଔଷଧୀୟ ପରାମର୍ଶ କେନ୍ଦ୍ରରେ ଫାର୍ମାସିଷ୍ଟ ରଜନୀକାନ୍ତ ପାତ୍ର, ଫାର୍ମାସିଷ୍ଟ କ୍ଷୀରୋଦ ଚନ୍ଦ୍ର ପ୍ରଧାନ, ଫାର୍ମାସିଷ୍ଟ ନିଶିକାନ୍ତ ଖୁଣ୍ଟିଆ, କନିଷ୍ଠ ସହକାରୀ ସ୍ୱାସ୍ଥ୍ୟ ସହାୟିକା ମମତା ପଣ୍ଡା, ପ୍ରମୁଖ ଏହି ସ୍ୱାସ୍ଥ୍ୟ ସେବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ପକ୍ଷରୁ ଡେପୁଟୀ ଜେନେରାଲ ମ୍ୟାନେଜର ରିସର୍ଚ୍ଚ ତଥା ସିଏସ୍ଆର ଶ୍ରୀ ଏନ୍. କେ. ନାୟକ, ମ୍ୟାନେଜର ସିଏସ୍ଆର ଦୀପକ କୁମାର ମିଶ୍ର ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ କରି ଆଶୁ ସଫଳତା ଦିଗରେ ଯଥେଷ୍ଟ ଧ୍ୟାନ ଦେଇଥିଲେ । ସମ୍ପୃକ୍ତ ବାସିନ୍ଦାର ଲୋକମାନେ ଆଇଆର୍‌ଇଏଲ୍ (ଇଣ୍ଡିଆ) କର୍ତ୍ତୃପକ୍ଷଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି । ରାଜନେତା ତଥା ସମିତି ସଭ୍ୟ ଏସ୍. ଚକ୍ରପାଣି ରେଡ୍ଡୀ ଆଇଆର୍‌ଇଏଲ୍ (ଇଣ୍ଡିଆ) କର୍ତ୍ତୃପକ୍ଷଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.