ଡିଗ୍ରୀ କଲେଜ କୁଶଙ୍ଗର ଶୀତ ଦିନିଆଁ ଜାତୀୟ ସେବା ଶିବିର ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର କୁଶମେଲ ଗ୍ରାମରେ ୫୦ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗର ଶୀତକାଳୀନ ଜାତୀୟ ସେବା ଶିବିର ଉଦ୍‌ଘାଟିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରି ପିଲାଙ୍କୁ ସାତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଚନ୍ଦନ ଭାଟି ଫାଣ୍ଡି ଅଧିକାରୀ ସୁଦାମ ସୁନା ଯୋଗଦେଇ ଶିବିରର ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ରୀମାନଙ୍କ ଦ୍ୱାରା ଏନ୍‌ଏସ୍‌ଏସ୍‌ ସଂଗୀତ ଗାନ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାଏକ ଏବଂ କୁଶମେଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୀତାରାମ ସାହୁ ଯୋଗ ଦେଇ ସ୍ୱେଚ୍ଛାସେବୀଙ୍କୁ ସମାଜର ବିକାଶରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ । ଏଇ ଅବସରରେ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଅଂଚଳର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସଚେତନତା, ନିଶା ନିବାରଣ, ବିସ୍ଥାପିତଙ୍କ ସମସ୍ୟା, ନାରୀ ଶିକ୍ଷାର ପ୍ରସାର, ଯୌତୁକ ନିରୋଧ, ଅନ୍ଧ ବିଶ୍ୱାସ ଦୂରୀକରଣ ଆଦିକୁ ଦୃଷ୍ଟିରେ ରଖି କାମ କରାଯିବ । ଶେଷରେ ଛାତ୍ର ନେତା ରୁପେଶ ସେଟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.