ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଆର୍ଜିପଲ୍ଲୀ ଗ୍ରାମ ପଞ୍ଚାୟତସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳିରେ ଆଇଆର୍ଇଏଲ୍ (ଇଣ୍ଡିଆ) ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଆଇଆର୍ଇଏଲ୍ (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ଅଟେ । ଏହି କମ୍ପାନୀ ଅଧୀନସ୍ଥ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଆଖପାଖ ଅଞ୍ଚଳରେ ଆଜକୁ ପ୍ରାୟତଃ ୫ ବର୍ଷ ହେଲା ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ ହୋଇ ଆସୁଛି । ଯାହା ଦ୍ୱାରା ଆଞ୍ଚଳିକ ସ୍ତରର ବହୁ ଗରୀବ ଖଟିଖିଆ, ଚାଷୀ, ମୂଲିଆ ଶ୍ରେଣୀର ଲୋକମାନେ ମାଗଣାରେ ଔଷଧ ଓ ଚିକିତ୍ସା ସେବା ପାଉଛନ୍ତି । ଆଇ୍ଆର୍ଇଏଲ୍ (ଇଣ୍ଡିଆ) କମ୍ପାନୀ ପରିସରରେ ବସବାସ କରୁଥିବା ଅଧିବାସୀମାନେ ଆଶୁ ଆରୋଗ୍ୟ ଲାଭ କରିଆସିଛନ୍ତି । ଆଖପାଖ ଅଞ୍ଚଳର ପ୍ରାୟ ୭ଟି ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀ ଏହି ସ୍ୱାସ୍ଥ୍ୟ ସେବା ଶିବିର ଲାଗି ବହୁ ଉପକୃତ ହୋଇଆସିଛନ୍ତି । ଗରୀବ ଲୋକମାନଙ୍କ ନିମନ୍ତେ ଆଶୁ ଆରୋଗ୍ୟ ଅବା ବହିଃ-ଚିକିତ୍ସା ବ୍ୟବସ୍ଥା କମ୍ପାନୀ କରିଆସୁଅଛି । ଆଗାମୀ ଦିନରେ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ଆଇଆର୍ଇଏଲ୍ (ଇଣ୍ଡିଆ) କର୍ତ୍ତୃପକ୍ଷ କହିଛନ୍ତି । ଆର୍ଜିପଲ୍ଲୀ ଗ୍ରାମରେ ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିରରେ ପ୍ରାୟ ଦୁଇଶହରୁ ଅଧିକ ଲୋକ ଏହି ସ୍ୱାସ୍ଥ୍ୟ ସେବା ଶିବିରର ସୁଯୋଗ ନେଇ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ଆଇଆର୍ଇଏଲ୍ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଡିଜିଏମ୍ ରିସୋର୍ସ ନରେନ୍ଦ୍ର କୁମାର ନାୟକ, ମ୍ୟାନେଜର ରିସୋର୍ସ ଦୀପକ ମିଶ୍ର, ବରିଷ୍ଠ ଡାକ୍ତର ଅର୍ଦ୍ଧେନ୍ଦୁପାଲ୍, ଆଇଆର୍ଇଏଲ୍ ମେଡ଼ିକାଲର ମୁଖ୍ୟ ଚିକିତ୍ସାଳୟ ଅଧିକାରଣୀ ଡାକ୍ତର ବି.ଶୁଭା ପ୍ରମୁଖ କମ୍ପାନୀ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶିବିରରେ ସ୍ଥାନୀୟ ସରପଞ୍ଚ ତ୍ରିଲୋଚନ ବେହେରା, ସ୍ଥାନୀୟ ନେତା ତଥା ସମାଜସେବୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଆୟୋଜିତ ଶିବିରରେ ଯୋଗଦେଇଥିଲେ ।
Next Post