oom

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଜନ୍ମଦିନ ଅବସରରେ ସେବା ଦିବସ କାର୍ଯ୍ୟକ୍ରମ

jsmm

ଜଳେଶ୍ୱର : ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୬୮ତମ ଜନ୍ମଦିନ ଅବସରରେ ସେବା ଦିବସ ପାଳନ କରାଯାଇଛି । ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡ଼ିହା ପଞ୍ଚାୟତର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ କଳମା ପଞ୍ଚାୟତର ଶ୍ରୀଶ୍ରୀ ରାଧା ମାଧବ ଜୀଉ ମଠ ପରିସରରେ ବିଭିନ୍ନ ପ୍ରକାରର ଫଳ ଓ ଫୁଲ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ରାମକୃଷ୍ଣ ସାହୁ, ନଗର ସାଂସଦ ପ୍ରତିନିଧି ଫାଲଗୁନୀ ପାଣିଗ୍ରାହୀ, ଯୁବମୋର୍ଚ୍ଚା ଜିଲ୍ଲା ସ୍ୱଚ୍ଛଭାରତ ସଂଯୋଜକ କମଲଲୋଚନ ପାଲ, ସତ୍ୟବ୍ରତ ପଣ୍ଡା, ସଂଜୀବ ପ୍ରଧାନ, ଅଭୟ କୁମାର ଜେନା, ଅନନ୍ତ ମାରାଣ୍ଡି, ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ହୃଷିକେଶ ବାରିକ, ଜଳନ୍ଧର ପାଲ, ସତ୍ୟରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଅନ୍ୟ ପଟେ ବିଜେପି ମଣ୍ଡଳ କାର୍ଯ୍ୟକାରୀ ସଭାପତି ତନ୍ମୟ ଚାନ୍ଦଙ୍କ ଅଧ୍ୟକ୍ଷତାରେ ସାଂସଦଙ୍କ ଜନ୍ମଦିନ ଉପଲକ୍ଷେ ରାୟାରାମଚନ୍ଦ୍ରପୁର ପଞ୍ଚାୟତର ମହାନ୍ତି ସାହିଠାରେ ଗୋ-ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ମା’ ମାନେ ସାଂସଦଙ୍କ ସୁସ୍ଥ ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରି ବନ୍ଦାପନା କରିଥିଲେ ।

jittmm
Leave A Reply

Your email address will not be published.