ପଦ୍ମପୁର ଏନ୍ଏସି ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନ୍ଏସି ତରଫରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛ ଭାରତ ମିଶନର ନବମ ବାର୍ଷିକୀ ପାଳନ ଅବସରରେ ସ୍ୱଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ ପଦ୍ମପୁର ଏନ୍ଏସି ସକ୍ରିୟ ଭାବରେ “ଏକ ତାରଖ, ଏକ ଘଣ୍ଟା, ଏକ ସାଥ”ର ପଦକ୍ଷେପରେ ଅଂଶଗ୍ରହଣ କରିଛି । ପଦ୍ମପୁର ଏନ୍ଏସି ପକ୍ଷରୁ ୧୫ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଚାଲୁଥିବା “ସ୍ବଚ୍ଛତା ହିଁ ସେବା (ଏସଏଚଏସ) – ୨୦୨୩”ର ପର୍ଯ୍ୟାୟ ଭିତ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଶ୍ରମଦାନ ଏବଂ ଜନ ଭାଗିଦାରୀ ମାଧ୍ୟମରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରି ଏକ “ଆବର୍ଜନାମୁକ୍ତ ଭାରତ” ଦିଗରେ ଅଗ୍ରସର ହେବା ଲକ୍ଷ୍ୟ ନେଇ ଆଜି ପଦ୍ମପୁର ଏନ୍ଏସି ତରଫରୁ ସହରର ବିଭିନ୍ନ ଅଞ୍ଚଳ ସଫା କରାଯାଇଛି । ଏଥିରେ ପଦ୍ମପୁର ଏନ୍ଏସି ଅଧ୍ୟକ୍ଷା ସାବିତ୍ରୀ ବାଗ, ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିନାୟକ ମିଶ୍ର, ବରିଷ୍ଠ ନାଗରିକ ନିରୋଜ ଦୋରା, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହି, ମିଶନଶକ୍ତି ମହିଳା, ପଦ୍ମପୁର ଏନ୍ଏସି ସଫେଇ କର୍ମଚାରୀ ଓ ବିଭିନ୍ନ ବ୍ୟକ୍ତି ଯୋଗଦାନ କରି ଶ୍ରମଦାନ କରିଥିଲେ ।

Leave A Reply

Your email address will not be published.