oom

ଅସହାୟଙ୍କ ସେବାରେ ସଂକଳ୍ପବଦ୍ଧ ସଂକଳ୍ପ ପରିବାର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସାମାଜିକ କାର୍ଯ୍ୟରେ ସଂକଳ୍ପବଦ୍ଧ ଅଟେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି । ଆଜି ପବିତ୍ର ରଥଯାତ୍ରା ଅବସରରେ ସାରା ଓଡିଶା ଚଳଚଞ୍ଚଳ ରହିଥିବା ବେଳେ ସଂକଳ୍ପ ପରିବାରର ସଦସ୍ୟମାନେ ନିଜକୁ ଅସହାୟ ସେବାରେ ନିୟୋଜିତ କରି ମାନବିକତାର ପରିଚୟ ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଅଁଏଳା ସାହୁ ବରଗଡ଼ ନଦୀପଡା (ଡାଙ୍ଗ) ଅଞ୍ଚଳରେ ନିଜର ଏକମାତ୍ର ପୁଅ ସହିତ ରହିଆସୁଥିଲେ ଅନେକ ଦିନରୁ ନିଜର ସ୍ୱାମୀକୁ ହରାଇ ପୁରୁଣା ଦୁଃଖକୁ ଭୁଲି ନିଜର ଏକମାତ୍ର ପୁଅ ସନ୍ତୋଷ ସାହୁ ସହିତ ହସଖୁସିର ସହିତ ଜୀବନ ଅତିବାହିତ କରିଆସୁଥିଲେ । ମାତ୍ର ବାର୍ଦ୍ଧକ୍ୟ କାରଣରୁ ଅଁଏଳା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏତକି ସମୟରେ ଏକମାତ୍ର ପୁଅ ଅଡ଼ୁଆରେ ପଡିଯାଇଥିଲେ । ମା’ ଅନ୍ୟ ଜାତିରେ ବାହା ହୋଇଥିବାରୁ ଶବ ସତ୍କାର କରିବା ପାଇଁ କୌଣସି ସମ୍ପର୍କୀୟ ପାଖ ମାଡ଼ିନଥିଲେ ପରବର୍ତ୍ତୀ ସମୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ରାଜକୁମାର ବନଛୋରଙ୍କଠାରୁ ଖବର ପାଇ ସଂକଳ୍ପ ପରିବାରର ସଦସ୍ୟମାନଙ୍କ ସହିତ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ କାନ୍ଧକୁ କାନ୍ଧ ମିଳାଇ ମୃତ ଶବକୁ ସ୍ଥାନୀୟ ଜିରା ନଦୀ କୂଳକୁ ବୋହି ନେଇ ସସମ୍ମାନରେ ଶବ ସତ୍କାର କରିଥିଲେ । ଆଜିର ଏ ମହତ୍ କାର୍ଯ୍ୟରେ ବ୍ୟଙ୍ଗ କବି ମୋନରଞ୍ଜନ ସାହୁଙ୍କ ସମେତ ସଂକଳ୍ପ ପରିବାରର ଜି ରମେଶ, ବିକାଶ ଅଗ୍ରୱାଲ, ନିଲେସ ପଧାନ, ରାଜକୁମାର ବଞ୍ଛୋର, ନବୀନ ବୁଡେକ୍, ଭୁବନେଶ୍ୱର ସାହୁ ଯୋଗଦାନ କରି ଶବ ସତ୍କାର କରିଥିଲେ ।

jittmm
Leave A Reply

Your email address will not be published.