jayashree

ରେଳ ଯୋଗେ ପାର୍ସଲ କରିଥିବା ଆକ୍ଟିଭା-ଆଇ ସ୍କୁଟି ଗାଏବ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୩୦ ତାରିଖରେ ବଲାଙ୍ଗିର ରେଳ ଷ୍ଟେସନରୁ ବୁକିଙ୍ଗ୍‌ ହୋଇ ତାଳଚେର ପଠାଇଥିବା ଏକ୍ଟିଭା-ଆଇ ସ୍କୁଟି ନଂ ଓଡି୦୩ବି୯୩୯୭ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ତାଳଚେର ରେଳଷ୍ଟେସନର ବୁକିଙ୍ଗ୍‌ ସୁପରିଷ୍ଟେଣ୍ଡେଣ୍ଟଙ୍କୁ ପଚାରିବାରୁ ଏହି ବୁକିଙ୍ଗ୍‌ କରିଥିବା ସ୍କୁଟି ଆମ ପାଖରେ ନାହିଁ ବୋଲି କହିଛନ୍ତି । ଦୁର୍ଗ-ପୁରୀ ଟ୍ରେନ୍‌ ଯୋଗେ ପଠାଇଥିବା ସ୍କୁଟି ପୁରୀ ରେଳ ଗୋଦାମରେ ମଧ୍ୟ ନଥିବା ଅଭିଯୋଗ କରିଛନ୍ତି ସ୍କୁଟି ମାଲିକ ସନ୍ତୋଷ ପ୍ରସାଦ ଗୁରୁ । ଏପରି ଖାମ୍‌ ଖିଆଲି ମନୋଭାବ ଏବଂ ବେପାରୁଆ କାର୍ଯ୍ୟ ଯୋଗୁଁ ଭାରତ ରେଳ ସଂସ୍ଥା ଦ୍ୱାରା ଜନସାଧାରଣ ଅଯଥାରେ ହଇରାଣ ହେଉଛନ୍ତି ବୋଲି ଶ୍ରୀ ଗୁରୁ ମତବ୍ୟକ୍ତ କରିଛନ୍ତି । ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ତାଙ୍କ ସ୍କୁଟିକୁ ତାଙ୍କ ପାଖରେ ସୁରକ୍ଷିତ ଭାବେ ଜିମା ଦେବାକୁ ଶ୍ରୀ ଗୁରୁ ଦାବୀ କରିବା ସହ ଏପରି ଖାମ୍‌ଖିଆଲି କାର୍ଯ୍ୟ କରିଥିବା କର୍ମଚାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.