ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍କ୍ରବ ଟାଇପସ୍ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସମ୍ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଟିଟିଲାଗଡ଼ ବ୍ଲକ ବାଗଡେର ଗ୍ରାମର ହିମାଂଶୁ ସାହୁ((୩୬)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ପେଶାରେ ଜଣେ ଅଟୋ ଚାଳକ ଥିଲେ । ତାଙ୍କର ଦୁଇଟି ଝିଅ । ଏକ ମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ଏବେ ପରିବାର ଛାରଖାର ହୋଇଯାଇଛି । ପ୍ରଥମେ ଖାସି ସର୍ଦ୍ଦି ହୋଇ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ପ୍ରାରମ୍ଭିକ ଚିକିତ୍ସା କରାଇ ଘରକୁ ଫେରି ଆସିଥିଲେ, ତା’ପରେ କେସିଙ୍ଗା, ଭବାନୀପାଟଣାଠାରେ ମଧ୍ୟ ଚିକିତ୍ସିତ ହୋଇଥିଲେ । ଶରୀର ସୁସ୍ଥ ନ ହେବାରୁ ଶେଷରେ ଭୁବନେଶ୍ବର ସମ୍ ହସପିଟାଲକୁ ଯାଇ ପରୀକ୍ଷଣ କରିବା ପରେ ସେଠାରେ ସ୍କ୍ରବ ଟାଇପସ୍ ରୋଗ ଚିହ୍ନଟ ହୋଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ ଘଟିଥିଲା । ଶୁକ୍ରବାର ଦିନ ତାଙ୍କ ମର ଶରୀରକୁ ନିଜ ଗାଁକୁ ଆଣି ଶବ ସତ୍କାର କରିଛନ୍ତି । ଯେହେତୁ ପରିବାରର ମେରୁଦଣ୍ଡ ଥିଲେ ହିମାଂଶୁ, ଏବେ ତାଙ୍କ ବିୟୋଗରେ ପରିବାର ଅନାଥ ହୋଇଗଲା ବୋଲି ଚର୍ଚ୍ଚା ହେଉଛି । ସରକାରୀ ସ୍ଥରରେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ସଂଘ ସଭାପତି ବୀରବର ସାହୁ ଦାବୀ କରିଛନ୍ତି ।