ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦାଇପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀ ଅବସରରେ ବିବିଧ କାର୍ଯ୍ୟକ୍ରମ ଓ ଜାତୀୟ ବିଜ୍ଞାନ ଦିବସ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିକଶିତ ଭାରତ ପାଇଁ ଯୁବ ଶକ୍ତିଙ୍କ ମଧ୍ୟରେ ଚେତନାର ଉତ୍ପ୍ରେରଣ ଓ ଅଭିବୃଦ୍ଧି ଉପରେ ଡଃ. ପ୍ରେମଚାନ୍ଦ ମହାନ୍ତି ବିଷଦ ଆଲୋଚନା କରିଥିଲେ । ଶିଶୁ ସ୍ୱାସ୍ଥ୍ୟ ଉପରେ ଡା. ଅଶୋକ କୁମାର ସେଠୀ, ପରିବେଶ ସୁରକ୍ଷା ଉପରେ କେଶବ ଚନ୍ଦ୍ର ମିଶ୍ର, ଶିଶୁ ସୁରକ୍ଷା ଉପରେ ଅରୁଣ ଖୁଆସ ଓ ନୈତିକ ଶିକ୍ଷା ଉପରେ କସ୍ତୁରୀ ରଥ ମତବ୍ୟକ୍ତ କରିଥିଲେ । ବିଜ୍ଞାନ କୁଇଜ୍କୁ ପରିଚାଳନା କରିଥିଲେ ରତ୍ନମୟ ତ୍ରିପାଠୀ । ଚଳିତ ବର୍ଷର ସର୍ବୋତ୍ତମ ଛାତ୍ରୀ ଭାବରେ ବିଦ୍ୟାଳୟର ଶୁଭଶ୍ରୀ ଥାଟିଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଭାପତି ମଦନ ମୋହନ ରଥ । ସଭା ଆରମ୍ଭରେ ଜ୍ୟୋତିରାଣୀ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଆଶାମୟୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଝରଣାରାଣୀ ପାଣି ଓ ଶୀଲା ମହାପାତ୍ର ସହଯୋଗ କରିଥିଲେ ।
Next Post