oom

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବିଭିନ୍ନ ଚିତ୍ରକଳା ଓ ହସ୍ତଶିଳ୍ପର ପ୍ରଦର୍ଶନୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତ ମହାବିଦ୍ୟାଳୟର ଆସିଷ୍ଟାଣ୍ଠ ପ୍ରଫେସର ଡଃ. କିଶୋର ନାୟକ, ଦେଉଲି ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ତନ୍ମୟା ଦେବ୍‌ତା, ଜଗନ୍ନାଥ ବିଦ୍ୟାଳୟର କୃଷ୍ଣଚନ୍ଦ୍ର ହୋତା, ମେଡିସିନ ସ୍ପେସିଆଲିଷ୍ଟ ଡଃ.ରଞ୍ଜନ କୁମାର ମହେର, ମହିଳା ମହାବିଦ୍ୟାଳୟର ରାସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ଏବଂ ଆଶିଷ କୁମାର ବୈକାର ବିଚାରକ ଭାବରେ ଯୋଗ ଦେଇଥିଲେ । ସୁ୍କଲର ଅଧ୍ୟକ୍ଷା ଶ୍ରୀମତୀ ଅପାଳି ଅପରାଜିତା ଦାସ, ଚେୟାରମାନ୍ ଶ୍ରୀକାନ୍ତ ମିଶ୍ର, ଏକାଡେମିକ୍ ଡାଇରେକ୍ଟର ଡଃ. ରାକେଶ ସାହୁ, କୋର୍ଡିନେଟର ଶ୍ରୀମତୀ ନିବେଦିତା ଦାସ ଓ ବିଚାରକ ମଣ୍ଡଳୀମାନଙ୍କ ଶୁଭ ହସ୍ତରେ ବିଜ୍ଞାନମେଳାର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହି ବିଜ୍ଞାନ ମେଲାରେ ପୋଷଣ ବିକାଶ ଦିଗରେ ଓ ଇକ୍କୋ କ୍ଳବ୍, ଇତ୍ୟାଦି ବିଷୟକୁ ଭିିତ୍ତିକରି ପିଲାମାନେ ବିଭିନ୍ନ ପ୍ରକାରର ମଡେଲମାନ ତିଆରି କରିଥିଲେ । ସ୍କୁଲର ବିଜ୍ଞାନ ଶିକ୍ଷକ ସୋମିତା ମଣ୍ଡଲ, ଡୋଲନେତ୍ରୀ ହଂସ, ସୁମିତ ସାହୁ ପିଲାମାନଙ୍କୁ ଏହି ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ ଓ ମାଡେଲ ତିଆରି ପାଇଁ ସାହାଯ୍ୟ କରିଥିଲେ । ଚିତ୍ରକଳା ଓ ହସ୍ତଶିଳ୍ପ ପାଇଁ ସୁ୍କଲର ଶିକ୍ଷକମାନେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଓ ଅଭିଭାବକମାନେ ଅତି ସୁନ୍ଦର ସୁନ୍ଦର ପିଲାମାଙ୍କ କୁନି କୁନି ହାତ ତିଆରି ଚିତ୍ର ଓ ହସ୍ତଶିଳ୍ପମାନ ଉପସ୍ଥିତ କରାଇଥିଲେ ।

jittmm
Leave A Reply

Your email address will not be published.