lika

ବଲାଙ୍ଗିର ଜିଲ୍ଲାର ୨୪ଟି ରୂପାନ୍ତରଣ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୨୪ଟି ହାଇସ୍କୁଲର ଭର୍ଚ୍ଚୁଆଲ ମାଧ୍ୟମରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି ଲୋକାର୍ପଣ ଉତ୍ସବ ସ୍ଥାନୀୟ ପତିତପାବନ ଏକାଡେମୀ ଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଂଚଳ ରାଣା ସ୍ୱାଗତ ବକ୍ତବ୍ୟ ରଖିଥିବା ବେଳେ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏବଂ ପାଟଣାଗଡ ବିଧାୟକ ସରୋଜ ମେହେର ମଂଚାସୀନ ଥିଲେ । ଏହି ଅବସରରେ ଛାତ୍ର ଆର୍ୟାନ ଶତପଥୀ ଆଲୋଚନାରେ ଭାଗ ନେଇ ସ୍କୁଲର ସ୍ୱଚ୍ଛ ପରିବେଶ ଓ ସ୍ମାର୍ଟ ବ୍ୟବସ୍ଥାରେ ପାଠ ପଢିବା ସହଜରେ ବୁଝି ହେଉଛି ବୋଲି କହଥିଲେ । ବଲାଙ୍ଗିର ଜିଲ୍ଲାର ଭରସୁଜା ପଞ୍ଚାୟତ ଅନ୍ତର୍ଗତ ଛେଲିଆପାଟ ନୋଡାଲ ହାଇସ୍କୁଲ, ନଅଗାଁ (ଖ)ର ପଞ୍ଚାୟତ ହାଇସ୍କୁଲ, ଶିବତଲା ପଞ୍ଚାୟତ ହାଇସ୍କୁଲ, ବଲାଙ୍ଗିର ପୃଥୀରାଜ ହାଇସ୍କୁଲ, ବଲାଙ୍ଗିର ସରକାରୀ ବାଳିକା ବିଦ୍ୟାଳୟ, ବଲାଙ୍ଗିର ପତିତ ପାବନ ଏକାଡେମୀ, ସିନ୍ଧେକେଲା ପଲ୍ଲିଶ୍ରୀ ନୋଡାଲ ହାଇସ୍କୁଲ, ବେଲପଡା ଡିଆର୍‌ ମେହେର ହାଇସ୍କୁଲ, ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲ, କଣ୍ଟାବାଞ୍ଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖପ୍ରାଖୋଲ ନୋଡାଲ ହାଇସ୍କୁଲ, ଜୋଗିସର୍ଡା ହରିହର ନୋଡାଲ ହାଇସ୍କୁଲ, ଲେବଡା ପାଟଣେଶ୍ୱରୀ ହାଇସ୍କୁଲ, ମୁରିବାହାଲ ପଞ୍ଚାୟତ ହାଇସ୍କୁଲ, ସିରୋଲ ୟୁଜି ହାଇସ୍କୁଲ, ପାଟଣାଗଡ ରମାଇ ହାଇସ୍କୁଲ, ମହିମୁଣ୍ଡା ହାଇସ୍କୁଲ, ବେଲଗାଁ ବିଜୟାନନ୍ଦ ସରକାରୀ ହାଇସ୍କୁଲ, ସଇଁନ୍ତଲା ପଞ୍ଚାୟତ ସମିତି ନୋଡାଲ ହାଇସ୍କୁଲ, ସିହିନୀ ୟୁଜି ହାଇସ୍କୁଲ, ଟିଟିଲାଗଡ ମହେଶ୍ୱର ହିନ୍ଦୀ ନୋଡାଲ ହାଇସ୍କୁଲ, ଟିଟିଲାଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ତୁରେକେଲା ସରକାରୀ ହାଇସ୍କୁଲ ଏବଂ ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟକୁ ୫ଟି ଉପକ୍ରମରେ ରୂପାନ୍ତରଣ କରାଯାଇଛି ।

babaa
Leave A Reply

Your email address will not be published.