ସମ୍ବଲପୁରରେ ମହାନଦୀକୁ ଡେଇଁପଡିଲେ ସ୍କୁଲ ଛାତ୍ରୀ

ସମ୍ବଲପୁର : ସମ୍ବଲପୁରରେ ଅଘଟଣ । ବ୍ରିଜ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁଲେ ସ୍କୁଲ ଛାତ୍ରୀ । ଚାଉଁରପୁର ସ୍ଥିତ ମହାନଦୀର ଦ୍ୱିତୀୟ ସେତୁ ଉପରୁ ମହାନଦୀକୁ ଡେଇଁଲେ । ନିଖୋଜ ଛାତ୍ରୀଙ୍କ ପରିଚୟ ଅସ୍ପଷ୍ଟ । ଶନିବାର ସକାଳୁ ସମ୍ବଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଶନିବାର ସକାଳୁ ଜଣେ ସ୍କୁଲ ଛାତ୍ରୀ ସାଇକେଲ ଯୋଗେ ଚାଉଁରପୁର ସ୍ଥିତ ମହାନଦୀର ଦ୍ୱିତୀୟ ସେତୁ ଦେଇ ଯାଉଥିଲେ । ଏହି ସମୟରେ ହଠାତ୍‌ ଛାତ୍ରୀ ଜଣକ ବ୍ରିଜ୍‌ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ଟିମ୍‌ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ବ୍ରିଜ୍ ଉପରେ ତାଙ୍କର ସାଇକେଲ୍ ରହିଛି । ସେଥିରେ ଏକ ବ୍ୟାଗ୍ ଥିବାର ଦେଖିବାକୁ ମିଳିଛି । ସେହି ବ୍ୟାଗ୍ ଭିତରୁ ଏକ ବହି ମିଳିଛି, ଯେଉଁଥିରେ କାଜଲ୍ ବୋଲି ଲେଖା ଅଛି । ଏହାଛଡ଼ା ସେଥିରେ ଜଣେ ପୁଅ ଓ ଜଣେ ଝିଅଙ୍କର ଫଟୋ ରହିଛି । ବର୍ତ୍ତମାନ ସୁଦ୍ଧା ଛାତ୍ରୀଙ୍କର କୌଣସି ପତ୍ତା ମିଳିପାରିନାହିଁ । ତେବେ ଏଭଳି ଭାବରେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଛାତ୍ରୀଙ୍କର ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ ।

Leave A Reply

Your email address will not be published.