oom

ମୋ ସ୍କୁଲ ଅଭିଯାନରେ ଗ୍ରାମବାସୀଙ୍କ ଏକଲକ୍ଷ ଟଙ୍କା ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମାଣ୍ତିଆଢିପା ଗ୍ରାମପଞ୍ଚାୟତ ଚୁହାପାଲି ସେବାଶ୍ରୀ ଠାରେ ଆଜି ଶୁକ୍ରବାର ଦିନ ମୋ ସ୍କୁଲଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ପାଇକମାଲ ଶିକ୍ଷା ଅଧିକାରୀ ଚୁଡାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନକଲାଲ ମେହେର, ମୋ ସ୍କୁଲ ବ୍ଲକସ୍ତରୀୟ ଟିମ ମହାଦେବ ବେହେରା, ଡୋଲାମଣି ମାହାର, ତରଣୀ ସେନ ଡନସନା, କେଦାର ନାଥ ରାଉତ, ଦାୟାନିଧି କୈବର୍ତ୍ତ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମ କମିଟି ତରଫରୁ ଏକଲକ୍ଷ ସତର ହଜାର ଟଙ୍କାର ଚେକ୍ ହେମନ୍ତ ସରିଆଁ ଓ ରୋହିତ କୁମ୍ଭାର ମୋ ସ୍କୁଲ ଅଭିଯାନ କମିଟିକୁ ପ୍ରଦାନ କରିଥିଲେ । ପୁରାତନ ପ୍ରଥମ ଛାତ୍ର ପଦ୍କନାଭ ମାହାର ଓ ସୁହଜନ୍ ସରିଆଁଙ୍କୁ ସମ୍ମାନିତ କରାଯାଇଥିଲା । ସ୍କୁଲ ସଭାପତି ସୁବାସ ସାହୁ, ଭୀମ ଥପା, ଦୁଃଖିଶ୍ୟାମ ସିରିଆଁ, ଚନ୍ଦ୍ରହାସ ପଟେଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ସନତ ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.