ଦ୍ୱିଦିବସୀୟ ସ୍କୁଲ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟ ସମ୍ପନ୍ନ

  • ଦେବପ୍ରିୟ ଚମ୍ପିୟାନ, ତ୍ରିଗେଶ ରନର୍ସ ଅପ୍, ଆୟୁଷ ଦ୍ୱିତୀୟ ରନର୍ସ ଅପ୍

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ପ୍ରାୟୋଜିତ ଦ୍ୱିଦିବସୀୟ ସ୍କୁଲ ସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟ ସମ୍ପନ୍ନ ହୋଇଯାଇଛି । ପୁରସ୍କାର ବିତରଣୀ ଉତ୍ସବରେ ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତା ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମର କୋଚ୍‌ ତଥା ଆନ୍ତର୍ଜାତିକ ଚେସ୍ କୋଚ୍ ଶିବପ୍ରସାଦ ମିଶ୍ର ମୁଖ୍ୟ ଅତିଥି, ଅନୁଷ୍ଠାନର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ଓ ଚିତ୍ତରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚେସ୍ ଖେଳ ଉପରେ ଗୁରୁତ୍ୱାରୋପ କରିବା ସହ ୩ଟି ଡି ଯଥା:- ନିଷ୍ଠା, ଦୃଢ ସଂକଳ୍ପ ଓ ପ୍ରତିବଦ୍ଧତା ଭାବ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିରେ ଚାମ୍ପିଅନ ଭାବେ ଦେବପ୍ରିୟ ବିଶ୍ୱାଳ, ରନର୍ସ ଅପ୍ ଭାବେ ତ୍ରିଗ୍ୟେଷ ତନଷୁ ଦାସ ଓ ଦ୍ୱିତୀୟ ରନର୍ସ ଅପ୍ ଭାବେ ଆୟୁଷ ମଣ୍ଡଳଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର, ଟ୍ରଫି ଓ ନଗଦ ଅର୍ଥ ଦେଇ ପୁରସ୍କୃତ କରିଥିଲେ । ସେହିପରି ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ଉଦଘାଟନୀ ସମାରୋହରେ ଓଡ଼ିଶା ଚେସ୍ ଆସୋସିଏସନର ପ୍ରାକ୍ତନ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସଂଘର ଉପଦେଷ୍ଟା ତଥା ଚେସ୍‌ର ଜାତୀୟ ଖେଳାଳି ଶାନ୍ତନୁ କୁମାର ପରିଚ୍ଛା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିବା ଦିନେଶ କୁମାର ବେହେରା, ପ୍ରଦୀପ କୁମାର ବିଷୋୟୀ, ଜୀବନ ରାମମଣି ବେହେରା, ଶିଶିର ରଂଜନ ମଲ୍ଲିକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଘନଶ୍ୟାମ ଧଳ, ନାରାୟଣ ଚନ୍ଦ୍ର ମହନ୍ତ, ଇନ୍ଦ୍ରମଣି ମହାପାତ୍ର, ସ୍ମିତା ମିଶ୍ର, ପରିକ୍ଷିତ ଗୁରୁ, ପ୍ରସନ୍ନ ମହାନ୍ତି, ବରୁଣ କୁମାର ନାହାକ, ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.