jayashree

ଜଲିଆ ଓସ୍ତାଲି ଡ୍ୟାମର ଉନ୍ନତି ଓ କେନାଲ ମରାମତି ଦାବୀରେ ଚାଷୀଙ୍କ ଜଳ ସତ୍ୟାଗ୍ରହ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଜଲିଆ ଗାଁରେ ଥିବା ଓସ୍ତାଲି ଡ୍ୟାମର ଉନ୍ନତି ଓ କେନାଲ ମରାମତି ଦାବୀରେ ଚାଷୀମାନେ ଜଳ ସତ୍ୟାଗ୍ରହ କରିଛନ୍ତି । ସୋମବାର ଶିପୁନ ଖମାରୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ପ୍ରଥମେ ଏକ ଶୋଭାଯାତ୍ରରେ ଆସି ଓସ୍ତାଲି ଡ୍ୟାମ ନିକଟରେ ପହଁଚିଥିଲେ । ପରେ ପାଣି ଭିତରେ ପଶି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁସାରେ ୫ ହଜାର ହେକ୍ଟର ପରିସୀମାରେ ଥିବା ଓସ୍ତାଲି ଡ୍ୟାମ ଏବେ ପୋତି ହେବାରେ ଲାଗିଛି । ପାଣି ସ୍ତର ଧିରେ ଧିରେ କମି କମି ଯାଉଛି ।ଅନାବନା ଘାସରେ ପରିପୂର୍ଣ୍ଣ ହେଇଛି ଆଡିବନ୍ଧ । ରକ୍ଷଣା ବେକ୍ଷଣ ପାଇଁ କହିଲେ କଥା ଶୁଣୁନାହାନ୍ତି ଅଧିକାରୀ । ଆଉ କିଛିଦିନ ଗଲେ ସପୂର୍ଣ୍ଣ ପୋତି ହୋଇ ଯିବ ଓସ୍ତାଲି ଡ୍ୟାମ । ଏହି ଡ୍ୟାମର ପାଣି ଉପରେ ୩ଟି ପଞ୍ଚାୟତର ୧୦ରୁ ଅଧିକ ଗାଁର ଚାଷୀ ନିର୍ଭର କରିଥାନ୍ତି । ବାମ ଓ ଡାହାଣ କେନାଲ ଗୁଡିକ ମାଟି ଭର୍ତ୍ତିହୋଇ ପୋତି ହୋଇଯାଉ ଥିବାରୁ ଚାଷୀ ପାଣି ପାଇ ପାରୁନାହିଁ । ଏନେଇ ବାରମ୍ବାର ଅଧିକାରୀଙ୍କ ଠାରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେଥିପାଇଁ ଚାଷୀ ବାଧ୍ୟ ହୋଇ ଜଳ ଭିତରେ ରହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବୋଲି ସେମାନେ କହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ, ତହସିଲଦାର, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ମଲ୍ଲିକ ସହ ଏମ୍‌.ଆଇ.ପି ବିଭାଗର ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ, ବେଲପଡା ଅଗ୍ନିଶମ କର୍ମଚାରୀ, ବେଲପଡା ଥାନା ଅଧିକାରୀ ବୁଲୁମୁଣ୍ଡା ପହଁଚି ଅନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଥିଲେ ।ବନମାଲି ନାଏକ, ଝରି ବେହେରା, କୃଷ୍ଣଚନ୍ଦ୍ର ରାଉତ, ଚୁଡାମଣି ରାଉତ, ଲଲିତ ମୋହନ ରାଉତ, ଲଲିତ ମୋହନ ବୁଡେକ, କୁମର ସାହୁ, ଜନାର୍ଦ୍ଦନ ସିଂ, ଜିତୁ ନାଏକ, ଚନ୍ଦ୍ରମଣି ସାହୁ, ଯୁଗଲ କିଶୋର ମେହେରଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.