oom

ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର ଅନୁଦାନ ସତ୍ୟାଗ୍ରହ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରାଜ୍ୟ ବେସରକାରୀ ଓ କର୍ମଚାରୀ ସଙ୍ଘ ଆହ୍ୱାନ କ୍ରମେ ଗୁରୁବାର ଗଞ୍ଜାମ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟ ଫାଟକ ସମ୍ମୁଖରେ ଦୁଇ ଘଣ୍ଟା ଧରି ଅନୁଦାନ ସତ୍ୟାଗ୍ରହ ଚାଲୁ ରହିଥିଲା । ଆମର ଦାବୀ ସରକାର ତୁମେ ମାନି ନିଅ ଆଦି ସ୍ଲୋଗାନ ଦିଆଯାଇଥିଲା । ଲୋୱେର ପିଏମଜି ଭୁବନେଶ୍ୱରଠାରେ ସଙ୍ଘ ପକ୍ଷରୁ ଅହରାତ୍ର ଧାରଣାକୁ ୫୯ଦିନ ବିତି ଯାଇଥିଲେ ମଧ୍ୟ ସରକାର କୌଣସି ପ୍ରତିଶୃତି ଦେଇ ନ ଥିବା ନେଇ ଗଞ୍ଜାମ କଲେଜ ଅଧ୍ୟାପକ କର୍ମଚାରୀ କ୍ଷୋଭ ପ୍ରକାଶ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ସଂଯୋଜକ ଅଧ୍ୟାପକ ଗିରିଶ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସଭାପତି ବିଶ୍ୱରଂଜନ ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ୨୦୦୮ରୁ ପରିଚାଳନା କମିଟି ତରଫରୁ ନିଯୁକ୍ତି ପାଇଥିବା ସମସ୍ତ ମହାବିଦ୍ୟାଳୟର ଅଧ୍ୟାପକ କର୍ମଚାରୀମାନଙ୍କୁ ଅନୁଦାନ ଦେବା ଲାଗି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ଏହି ସତ୍ୟାଗ୍ରହ ଚାଲୁ ରହିଥିବା ରାଜ୍ୟ ସଙ୍ଘ ସଭାପତି କହିଛନ୍ତି । ରାଜ୍ୟ ସରକାର ଯଦି ଦାବୀ ନ ଶୁଣନ୍ତି ତାହେଲେ ସମସ୍ତ ମହାବିଦ୍ୟାଳୟରେ ଏହି ସତ୍ୟାଗ୍ରହ ଆନ୍ଦୋଳନ ଚାଲିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଏହି ସତ୍ୟାଗ୍ରହ ଆନ୍ଦୋଳନରେ ଗଞ୍ଜାମ କଲେଜର ଅଧ୍ୟାପକ ଗିରିଶ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଅଜୟ କୁମାର ବାରିକି, ସୁଶାନ୍ତ କୁମାର ଆଚାରୀ, ଆର.ରଘୁନାଥ ରେଡ୍ଡି, ଆଦିତ୍ୟ ମହାପାତ୍ର, ପ୍ରବୀର ପାଢ଼ୀ, ସ୍ଵାଗତିକା ପ୍ରଧାନ, ନମିତା ସାହୁ, ଚକ୍ରପାଣି ରେଡ୍ଡି, ଡ଼ି ମହେଶ୍ୱର, ରମେଶ ବେହେରା, ଶିବରାମ ବେହେରା, ଅଜିତ ନାୟକ, ସ୍ୱାଗତିକା ପ୍ରଧାନ, ସୁମିତ୍ରା ବେହେରା, ନମିତା ସାହୁ, ମଧୁସୂଦନ ମହାପାତ୍ର, କୃଷ୍ଣ ନାୟକ, ପଦ୍ମ ଲୋଚନ ବେହେରା, ଉମେଶ ଆଚାର୍ଯ୍ୟ, ଜଗନ୍ନାଥ ନାୟକ, ରମେଶ ଚନ୍ଦ୍ର ବେହେରା, ଭୁବନି ରେଡ୍ଡି, ବି.ମହେଶ୍ୱର, ଶିବରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.