oom

ବ୍ରହ୍ମପୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଛତ୍ରପୁର ଓକିଲ ସଂଘର ସତ୍ୟାଗ୍ରହ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଗୁରୁବାର ଛତ୍ରପୁର ସିଭିଲ କୋର୍ଟ ପରିସରରେ ଛତ୍ରପୁର ଓକିଲ ସଂଘ ପୁନଃବାର ଆନ୍ଦୋଳନକୁ ଓହ୍ଲାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରତି ମାସର ଶେଷ କାର୍ଯ୍ୟ ଦିବସକୁ ଛତ୍ରପୁର ଓକିଲ ସଂଘର ସଦସ୍ୟ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ସତ୍ୟାଗ୍ରହ କରୁଛନ୍ତି । ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ଏଲ୍. ଗୋପାଳ ରାଓଙ୍କ ସମେତ ବହୁ ଆଇନଜୀବୀ ବିଭିନ୍ନ ନାରାବାଜି ଦେଇ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଓକିଲ ସଂଘର ସଭାପତି ରାମଚନ୍ଦ୍ର ବେହେରା, ଦେବେନ୍ଦ୍ର ମିଶ୍ର, ସୁରଜିତ ସାମନ୍ତରାୟ, କୈଳାସ ପଲାଇ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଡି. ଆଦି ନାରାୟଣ ରେଡ୍ଡି, ସିମାଞ୍ଚଳ ମହାପାତ୍ର, ବାବୁ ନାହାକ, ସନ୍ତୋଷ କୁମାର ସାହୁ, ବିଶ୍ୱ ଭୂଷଣ ପାଢୀ, ଜିତୁନ ପାଢୀ, ମନୋଜ ବେହେରା, ସନ୍ତୋଷ କୁମାର ପଣ୍ଡା, ଗିଟୁ ପଣ୍ଡା, ନିତ୍ୟାନନ୍ଦ ମୁଦୁଲି, ସୁରଜିତ ସାମନ୍ତରାୟ , ଦେବରାଜ ସାହୁ, ବ୍ରଜମୋହନ ଆଚାର୍ଯ୍ୟ, ଧର୍ମା ରାଓ, ସନ୍ତୋଷ ପଶୁପାଳକ, ପର୍ଶୁରାମ ଗୌଡ଼, ସୁମିତ ସାହୁଙ୍କ ସମେତ ବହୁ ଆଇନଜୀବୀ ମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.