ସହିଦ ସୁମନ୍ତ ପଧାନଙ୍କ ପିତୃ ବିୟୋଗ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ଅଧିନସ୍ଥ ତେନ୍ତୁଲି ଗାଁର ମୂୂଳ ବାସିନ୍ଦା ସତ୍ୟନାରାୟଣ ପଧାନ (୬୦)ଙ୍କ ଆକସ୍ମିକ ମୃତ୍ୟୁ ହୋଇଯାଇଛି । ଖବର ପ୍ରସାରିତ ହେବା ପରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ଓ କୋଷାଧ୍ୟକ୍ଷ ଘାସୀରାମ ବେହେରା ତାଙ୍କ ଗ୍ରାମକୁ ଯାଇ ସ୍ୱର୍ଗତ ସତ୍ୟନାରାୟଣଙ୍କ ଶେଷ ଦର୍ଶନ କରିବା ସଂଗେ ସଂଗେ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱର୍ଗତ ସତ୍ୟନାରାୟଣଙ୍କ ପତ୍ନୀ ବୃନ୍ଦାବତୀ, ସହୀଦ ସୁମନ୍ତଙ୍କ ବିଧବା ପତ୍ନୀ ସୌଦାମିନୀ, ଦୁଇ ସୁପୁତ୍ର ପ୍ରଶାନ୍ତ ଓ ସୁଶାନ୍ତ, ନାତି ୟସ୍‌ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ପରିବାରବର୍ଗ ତଥା ଗ୍ରାମବାସୀଙ୍କ ସହଯୋଗ ଗ୍ରାମର ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା । ଏହି ଖବର ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Leave A Reply

Your email address will not be published.