oom

ବଙ୍ଗୋମୁଣ୍ଡା ଦିବ୍ୟ ଚେତନା ମହିମା ପୀଠରେ ସତସଙ୍ଗ ସଭା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ବଙ୍ଗୋମୁଣ୍ଡା ଦିବ୍ୟ ଚେତନା ମହିମା ପୀଠରେ ଅବଧୂତ କପିଳେନ୍ଦ୍ର ଦାସ ବାବାଙ୍କ ତତ୍ୱାବଧାନରେ ସତସଙ୍ଗ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସନ୍ଥକବି ଭୀମ ଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବେଲପଡା ପଂଚାୟତ ଦେଓଗାଁର ଦିବ୍ୟାନ୍ଧ ଦେବାଶିଷ ବନଛୋର ଆଠ ଭଜନ ପରିବେଷଣ କରିଥିଲେ । ବ୍ରହ୍ମଚାରୀ ମାନଙ୍କ ଦ୍ୱାରା ମନ୍ତ୍ରସ୍ତବ୍ଧ ପଠନ କରିଥିଲେ । କପିଲାଭଟା ପଂଚାୟତ ସନ୍ଧିସର ଗାଁର କୁମାରୀ ଅଞ୍ଜନା ହଂସ ଗୀତା ପଠନ କରିଥିଲେ । ଭୀମ ଭୋଇ ସାହିତ୍ୟ କଳା ପରିଷଦର କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ ସତସଙ୍ଗ ସଂଯୋଜନା କରିଥିଲେ । ଏଥିରେ ଅଲେଖ ତ୍ୟାଗୀ, ମଠାଧିଶ ଅବଧୂତ କପିଳେନ୍ଦ୍ର ବାବା, ଆଚାର୍ଯ୍ୟ ମନୁରାମ ଶବର ସତସଙ୍ଗ ପ୍ରଚାର କରିଥିଲେ । ଧନଞ୍ଜୟ ତ୍ୟାଗୀ, ଚକ୍ରଧର ଜାନୀ, ମନୋରଞ୍ଜନ ଭୋଇ, ବସନ୍ତ ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଜାନୀ, ସୂର୍ଯ୍ୟମଣି ଜାନୀ, ହରିରାମ ମେହେର, ବାସୁଦେବ ମେହେର, ସୌରଭ ମହାନନ୍ଦ, ଓମକାର ତ୍ୟାଗୀ, ଅଲେଖ ତ୍ୟାଗୀ, ଅରୁଣ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମ୍ପାଦକ ନିଲାଂଚଲ ଥନାପତି ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.