oom

ସାଲେଭଟା ଚଣ୍ଡୀମନ୍ଦିରରେ ସତ୍‌ସଙ୍ଗ କାର୍ଯ୍ୟକ୍ରମ

jsmm

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟାଠାରେ ଚଣ୍ଡୀମନ୍ଦିରରେ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା’ ଚଣ୍ଡୀ ସତ୍‌ସଙ୍ଗସୁଧାର ସଭାପତି ଗିରିଧାରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଚକ ଆକାରରେ ଦୟାନିଧି ଦାଶ କୁମୁଡେ ସୁରେନ୍ଦ୍ର ନାଥ ଦାଶ ବାରଗଡରୁ ଆସିଥିଲେ । ବିଗତ ୨୩ ବର୍ଷ ହେଲା ନିରବଛିର୍ଣ୍ଣ ଭାବରେ ପ୍ରତି ମାସର ପ୍ରଥମ ରବିବାର ଦିନ ସତ୍‌ସଙ୍ଗସୁଧା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ଏଥିରେ ବଲାଙ୍ଗିର, ସୋନପୁର, ବରଗଡ ଜିଲ୍ଲାର ବହୁଭକ୍ତ ଓ ସାଧୁ ସନ୍ଥ ଯୋଗଦାନ କରିଥିଲେ । ସଂପାଦକ ରମେଶ ଦାଶ, କୋଷାଧ୍ୟକ୍ଷ ମାଧବ ଡାଙ୍ଗ, ବରୁଣ ଶତପଥି, ନନ୍ଦଲାଲ ପଟେଲ, କୁନ୍ତୀ ମଟାରୀ, ଦେବରାଜ ଦିଶ୍ରୀ, ଜୟକୃଷ୍ଣ ଦିଶ୍ରୀ, ମଧୁ ପାତ୍ର, ଧୃବ ସାହୁ, ଜଗନ୍ନାଥ ପଧାନ, କୁଳମଣି ସାହୁ, ଗାନ୍ଧୀ ପୁଟେଲ, ସର୍ବେଶ୍ୱର ମେହେର, ଭୀମ ସାହୁ, ବରୁଣ ଶତପଥି, ସଞ୍ଜୁ ଦାଶ, ରମେଶ ଦାଶ, ଗିରିଧାରୀ ମିଶ୍ର, ନନ୍ଦଲାଲ ପଟେଲ, ଆନନ୍ଦ ପଟ୍ଟନାୟକ, ହୃଷିକେଶ ନାଏକ, ପ୍ରକାଶ ଦିଶ୍ରୀ, ଟିକେଶ୍ୱର ସାହୁ, ବିକ୍ରମ ପଧାନ, ମନବେଧ କଦମ, ଶଶିଭୁଷଣ ମିଶ୍ର, ଲିଙ୍ଗରାଜ ଦିଶ୍ରୀ, ମକାରୁ ପଧାନ, ସୁଦାମ ବାରିକ, ରାଘବ ମେଲ୍ଲୀ, ନୀଳ ପୁଟେଲ, ଉତ୍ତର ମିଶ୍ରୀ, ଗୌରାଙ୍ଗ ସାହୁ, ବିଶ୍ୱ ପଧାନ, ହରିବୋଲ ସାହୁ, ଟୁନୁ କରନ ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.