ବାତ୍ୟା ପରିପ୍ରେକ୍ଷୀରେ ସତର୍କ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଯଥା ଗୁଜବରେ ବିଶ୍ୱାସ କରି ଭୟଭୀତ ହୁଅନ୍ତୁ ନାହିଁ । ବାତ୍ୟା ପୂର୍ବରୁ ନିରାପଦ ସ୍ଥାନରେ ଆଶ୍ରୟ ନିଅନ୍ତୁ । ବାତ୍ୟା ସମୟରେ ବାହାରକୁ ବାହାରନ୍ତୁ ନାହିଁ । ଘରେ ପାନୀୟ ଜଳ, ଖାଦ୍ୟ ସାମଗ୍ରୀ ଏବଂ ବ୍ୟବହାର କରୁଥିବା ଔଷଧ ଗଚ୍ଛିତ ରଖନ୍ତୁ । ବାତ୍ୟା ଯୋଗୁଁ ତଳକୁ ଝୁଲି ପଡିଥିବା ତଥା ବିପଦଜନକ ଅବସ୍ଥାରେ ଥିବା ବିଦ୍ୟୁତ ତାର ଛୁଅନ୍ତୁ ନାହିଁ । ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି, ସମସ୍ତେ ସହଯୋଗ କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.