
- କେବେ ଖୋଲାଯିବ ସୋଲାର ପମ୍ପ ? : ଦ୍ୱନ୍ଦରେ ଚାଷୀ
- ସରକାରୀ ଟେଣ୍ଡର ପାଇଁ ଅପେକ୍ଷାରେ ବିଭାଗ
ତୁରେକେଲା, (ପିତାମ୍ବର ଦୀପ) : ଗତ ଦୁଇବର୍ଷ ଆଗରୁ ଚାଷୀମାନେ ଅନଲାଇନ୍ ମାଧ୍ୟମରେ ୟୁନିଅନ୍ ବ୍ୟାଙ୍କରେ ଖାତା ଖୋଲି ସୋଲାର ପମ୍ପ ଓ ବିଦ୍ୟୁତ୍ ଚାଳିତ ପମ୍ପ ପାଇଁ ଆବେଦନ କରିଥିଲେ କିନ୍ତୁ ଦୁଇ ବର୍ଷ ପରେ ମଧ୍ୟ ଚାଷୀଙ୍କ ଜମିରେ ସୋଲାର ପମ୍ପ ନା ବିଦ୍ୟୁତ୍ ପମ୍ପ୍ ଖୋଳାଯାଇଛି । ଏ ନେଇ ସୋମବାର ଦିନ ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତର ଶତାଧିକ ଚାଷୀ ଟିଟିଲାଗଡ଼ ଉଠା ଜଳସେଚନ ଯନ୍ତ୍ରୀଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ । ହେଲେ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନଥିଲେ । ଏନେଇ ଜିଲ୍ଲା ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଦିନେଶ ସେଣ୍ଡିଲ୍ଙ୍କ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ସେ କହିଥିଲେ ଯେ, ଏହିବର୍ଷ ଆଉ ପମ୍ପ ଖୋଲା ଯାଇପାରିବ ନାହିଁ । ହେଲେ ବିଦ୍ୟୁତ୍ ପମ୍ପ ବର୍ତ୍ତମାନ ଖୋଲା ଯାଇପାରେ କିନ୍ତୁ ସୋଲାର ପମ୍ପ ଏ ବର୍ଷ ଆଉ ଖୋଲିବାର ସମୟ ନାହିଁ କିମ୍ବା ଟେଣ୍ଡର ପାସ ହୋଇନାହିଁ । ସରକାରୀ ସୂଚନା ଅନୁସାରେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ବେଳକୁ ୨ ହଜାରଟି ସୋଲାର ପମ୍ପ ଟେଣ୍ଡର ବାହାରି ପାରେ, ଯାହାକି ପୁଣି ଜିଲ୍ଲାର ବିଭିନ୍ନ ପଂଚାୟତ ଗାଁ ମାନଙ୍କରେ ସ୍କୁଟ୍ନି କରି ଖୋଲାଯିବ । ଅନ୍ୟପଟେ ଚାଷୀଙ୍କ ପାଇଁ ପାଣି ମିଳୁ ନଥିବା ବେଳେ ଟଙ୍କା ଖର୍ଚ୍ଚ କରି ଆବେଦନ କରିଥିଲେ ସୁଦ୍ଧା ସରକାର୍ ତରଫରୁ ଏହି ଯୋଜନାରୁ ସୁବିଧା ପାଇ ନ ଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ନ୍ତି । ଯଦି ଖୁବ୍ଶୀଘ୍ର ଏହି କାର୍ୟ୍ୟକୁ ସରକାର ତ୍ୱରାନ୍ୱିତ ନକଲେ ବ୍ଲକସ୍ତରୀୟ ଚାଷୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।