jayashree

ଦୁଇଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ପୂର୍ତ୍ତ ବିଭାଗ ମୁଖ୍ୟ ଶାସନ ସଚିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପୂର୍ତ୍ତ ବିଭାଗ ମୁଖ୍ୟ ଶାସନ ସଚିବ ବୀରବିକ୍ରମ ଯାଦବ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ବଲାଙ୍ଗିର ଆକାଂକ୍ଷା ଜିଲ୍ଲା ନୋଡ଼ାଲ ଅଧିକାରୀ ରୂପେ ସେ ସକାଳୁ ଝଙ୍କାରପାଲି ସ୍ଥିତ ବଟନ ଛତୁ ୟୁନିଟ୍ ବୁଲି ଦେଖିଥିଲେ । ଜୈବିକ ପ୍ରଣାଳୀରେ ଚାଷ ଏବଂ ଚାଷୀ କିପରି ଭଲ ଦାମରେ ବଜାରରେ ବିକ୍ରି କରିପାରିବ ସେ ବାବଦରେ ଧ୍ୟାନ ଦେବାକୁ କହିଥିଲେ । ଏହାପରେ ପାଟଣାଗଡ ଏମ୍‌ସିଏଚ୍‌ ଏବଂ ଗଙ୍ଗାସାଗର ସରକାରୀ ଉଚ୍ଚ ବିଦ୍ୟାଳୟ ଯାଇଥିଲେ । ସେଠାରେ ଥିବା ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ । ପିଲାଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନା ପ୍ରଣୟନ କଥା ପଚାରି ବୁଝିଥିଲେ । ପରେ ଭରୁଆମୁଣ୍ଡା ଆଦର୍ଶ ବିଦ୍ୟାଳୟ ଯାଇଥିଲେ । ବଡକେଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଏବଂ ଷ୍ଟାଫଙ୍କ ସହ କଥା ହୋଇଥିଲେ । ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ସେବା କରି ଆହୁରି ଲୋକାଭିମୁଖୀ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ତୁରେକେଲା ଆଶ୍ରମ ସ୍କୁଲରେ ଅଧିବାସୀଙ୍କ ସୁବିଧା ପଚାରିବା ସହ ଏକ ସ୍ଵପ୍ନ ନେଇ ବଞ୍ଚିବାକୁ ପ୍ରେରିତ କରିଥିଲେ । ଦାବରୀ ଅଙ୍ଗନୱାଡିରେ ପିଲାଙ୍କୁ ମିଳୁଥିବା ଖାଦ୍ୟ, ମା’ ମାନଙ୍କୁ ମିଳୁଥିବା ସୁବିଧା ସଠିକ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସିନ୍ଧେକେଲା ସ୍ଥିତ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ ପାର୍କରେ ବିଭିନ୍ନ ସ୍ଵୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ତିଆରି କରାଯାଉଥିବା ଦ୍ରବ୍ୟର ବିକିବା ମୂଲ୍ୟ, ତିଆରି କରିବାକୁ ଲାଗୁଥିବା ସମୟ ଏବଂ ରୋଜଗାର ବିଷୟରେ କଥା ହୋଇଥିଲେ । ଏହାପରେ ଖୋଲାନ ଗ୍ରାମପଞ୍ଚାୟତ ଅଫିସ ଏବଂ ଖୋଲାନ ଅମୃତ ସରୋବର ବୁଲି ଦେଖିଥିଲେ । ପାର୍କ ନିକଟରେ ଆନୁଷଙ୍ଗିକ ବ୍ୟବସ୍ଥାରେ ଖୁସି ହୋଇଥିଲେ ଏବଂ ସବୁଜ ବିଦ୍ୟୁତକୁ ପ୍ରାଧାନ୍ୟ ଦେଇ ସୋଲାର ବିଦ୍ୟୁତ ଲଗାଇବାକୁ ଅନୁରୋଧ କରିଥିଲେ । ତାଙ୍କର ଏହି ଗସ୍ତ ବେଳେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ସୋନିଆଶ୍ରୀ ମଲ୍ଲିକ, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ଅରମାସ ଯୁଗ୍ମ ସିଏଇଓ କମଳେନ୍ଦୁ ପଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.