
ମଦର ବ୍ୟାପକ ପ୍ରସାର ଯୋଗୁଁ ଓଡ଼ିଶାର ସାମାଜିକ ବ୍ୟବସ୍ଥା ନଷ୍ଟ ହେଉଛି : ଲୋକ ସଭାରେ ଉଦବେଗ ପ୍ରକାଶ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ
ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାର ଗାଁ ମାନଙ୍କରେ ବ୍ୟାପକ ମାତ୍ରାରେ ମଦଭାଟିର ପ୍ରସାର ଚାଳିଥିବାରୁ ଗାଁ ମାନଙ୍କ ସାମାଜିକ ଅବସ୍ଥା ବିଗିଡିବାରେ ଲାଗିଛି ଓ ଗାଁ ମାନଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ଏହା ବୋଝ ତିଆରି ହେଉଛି । ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏଭଲି ଅବସ୍ଥା ଥିବାରୁ କେନ୍ଦ୍ର ସରକାର ଅବକାରୀ ବିଭାଗକୁ କେନ୍ଦ୍ର ଅଧିନକୁ ନେବା ପାଇଁ ସରକାର ବିଚାର କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ନିୟମ ୩୭୭ ଅଧିନିୟମରେ ଏ ପ୍ରସଙ୍ଗ ଲୋକ ସଭାରେ ଆଗତ କରିଛନ୍ତି । ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାରେ ମଦ ବ୍ୟବସାୟୀରେ ବର୍ଷକୁ ୫ ଶହ କୋଟିରୁ ଅଧିକ ଟଙ୍କାର କାରବାର ହେଉଛି ଓ ମଦ ବ୍ୟବସାୟୀ ମାନେ ଅଧିକ ଲାଭ ପାଇବା ପାଇଁ ୟୁରିଆ ଓ କିଛି ବିଷାକ୍ତ ପଦାର୍ଥ ମିଶ୍ରଣ କରି ମଦ ତିଆରି କରୁଥିବାରୁ ବହୁ ଯୁବକ ମଦର ଶିକାରରେ ଆସି ଅକାଳେ ମୃତ୍ୟବରଣ କରୁଛନ୍ତି ବୋଲି ସାଂସଦ ପ୍ରଦୀପ ପୁରୋହିତ ଗୁରୁତର ଅଭିଯୋଗ ଆଣିଛନ୍ତି । ଅବକାରୀ ବିଭାଗ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କୌଣସି ମଦ ଭାଟିରେ ତିଆରି ହେଉଥିବାର ମଦମାନ ନିର୍ଦ୍ଧାରଣ ହେଉ ନଥିବାରୁ, ଅବାଧରେ ଏଭଲି ମଦ ପ୍ରସ୍ତୁତି ଚାଳିଛି । ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରି ଅତିକମରେ ଯେଉଁ ଯେଉଁ ପୀଠ ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ ସ୍ଥଳୀ ଥିଲା ଏବଂ ଭଗତ ସିଂ, ସୁବାଷ ଚନ୍ଦ୍ର ବୋଷ, ଚନ୍ଦ୍ର ଶେଖର ଆଜାଦଙ୍କଭଲି ଅନେକ ଦେଶ ବାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ ସେମାନଙ୍କ ଜନ୍ମ ମାଟିରେ ସଂପୂର୍ଣ୍ଣ ଭାବେ ନିଶା ମୁକ୍ତ ଅଞ୍ଚଳ ଘୋଷଣା କଲେ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ।