ppurohit

ଯାଜ୍ଞାସେନୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ସାଂସଦ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସାହୁପଡା ନିବାସୀ ପ୍ରକାଶ ସାହୁଙ୍କ ସ୍ଵର୍ଗତ ମାତା ଯାଜ୍ଞାସେନୀ ଦେବୀଙ୍କ ଗତ ୨୩ ତାରିଖ ଶନିବାର ଦିନ ପରଲୋକ ଘଟିଥିଲା । ସୋମବାର ଦଶାହ ଓ ମଙ୍ଗଳବାର ଶୁଦ୍ଧିକ୍ରିୟା ଥିବା ବେଳେ ଏକାଦଶହ ତଥା ଗଙ୍ଗା ଶ୍ରାଦ୍ଧ ବୁଧବାର ସ୍ଥାନୀୟ ମେହେର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗଦେଇ ସ୍ୱର୍ଗତ ଶ୍ରୀମତୀ ସାହୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅପର୍ଣ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏଥିରେ ପଦ୍ମପୁର ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ତଥା ବିଜେପି ନେତା ପ୍ରିତମ ମେହେର, ଯୁବନେତା ସୌମ୍ୟଜିତ ପାଢ଼ୀ, ହରିହର ପଟ୍ଟନାୟକଙ୍କ ସମେତ ସହରର ମାନ୍ୟ ଗଣ୍ୟବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.