oom

କଣ୍ଟାବାଞ୍ଜି ତହସିଲରେ ତହସିଲଦାର ରାଜବାଡ଼ି ଶାସନ

jsmm
  • ତହସିଲଦାରଙ୍କ ନାହିଁ କାର୍ଯ୍ୟଳୟ ଭୟ କରନ୍ତି ଗ୍ରାମାଂଚଳ ଗରୀବ ଲୋକେ
  • ଉପଜିଲ୍ଲାପାଳ କହିଲେ ସେମିତି ହେବା ଅନୁଚିତ ସବୁବେଳେ ଆକ୍ଜୁକ୍ୟୁଟିଭ କ୍ଷମତାରେ ଅବସ୍ଥାପିତ
  • ମାଜିଷ୍ଟ୍ରେଟ ପୋଡ଼ିୟମ ଉପରେରେ ବସନ୍ତି ତହସିଲଦାର

ତୁରେକେଲା, (ପିତାମ୍ବର ଦୀପ) : ନିୟମ ସମସ୍ତଙ୍କ ପାଇଁ ସମାନ । ସମ୍ବିଧାନ ଅନୁସାରେ ସମସ୍ତଙ୍କୁ ମୌଳିକ ଅଧିକାର ଦେଇଛି ଓ ଭାରତ ସ୍ୱାଧୀନ ଉପରାନ୍ତ ସାମ୍ବିଧାନିକ ପ୍ରକ୍ରିୟାକରଣ ସାରା ଭାରତରେ କାର୍ୟ୍ୟକାରୀ ହେଉଅଛି । ରାଜ୍ୟ ସରକର ପରିବର୍ତ୍ତନ ହୋଇଛି, ସରକାରଙ୍କ ଲକ୍ଷ ଉଦ୍ଦେଶ୍ୟ ଅନୁସାରେ ଗଣତନ୍ତ୍ର ରାଷ୍ଟ୍ରରେ ପ୍ରକୃତ ମାଲିକ ହେଲେ ଜନସାଧାରଣ । ତାଙ୍କ ସେବା ପାଇଁ ମନ୍ତ୍ରୀ ଠୁଁ ହେଇକି ଜିଲ୍ଲାପାଳ ଓ ଯନ୍ତ୍ରୀ ଠୁ ନେଇକି ସଚିବ ପର୍ୟ୍ୟନ୍ତ ତାଙ୍କ ପାଖକୁ ଜାଇ ସେବା କର ବୋଲି ମୋହନ ସରକାଙ୍କ ନିର୍ଦ୍ଦେଶ ରହିଅଛି କିନ୍ତୁ ଏହାର ଖୋଲମ୍ ଖୋଲା ନିୟମକୁ ଉଲ୍ଲଂଘନ ତଥା ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ତହସିଲ କାର୍ୟ୍ୟାଳୟରେ । କଣ୍ଟାବାଞ୍ଜି ତହସିଲ କାର୍ୟ୍ୟଳୟ ଚାଲିକି ଦୀର୍ଘ ବର୍ଷ ହେଲା କାର୍ୟ୍ୟକ୍ଷମ ହେଉଅଛି । କିନ୍ତୁ ଏଇଠି ରାଜବାଡି ଶାସନ ଭଳି ଦେଖିବକୁ ମିଳିଛି । ପ୍ରାୟତଃ ସବୁବେଳେ ତହସିଲଦାର କାର୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବରେ ଅବସ୍ଥାପିତ ହେଉଛନ୍ତି । ଜଣେ ଓଡ଼ିଶାର ପ୍ରଶାସନିକ ସେବାର ଅଧିକାରୀ ସବୁବେଳେ ପ୍ରଶାସକ ଭାବରେ ଲୋକଙ୍କ ଦୁଃଖ ନ ବୁଝି ଜଣେ ଆକ୍ଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଭାବରେ, ନାଲି ଫିତା କାଠ ଗଢା ଉପରେ ଚୌକି ପକାଇ ବସୁଛନ୍ତି ଯା ଫଳର ଗାଁ ଗଣ୍ଡାରୁ ବିଭିନ୍ନ ସମସ୍ୟା ଓ ଅଭିଯୋଗକାରୀ ଭୟରେ ମୁଣ୍ଡ ନୁଆଇଁ ଛିଡ଼ା ହୋଇ ରହିଯାଉଛନ୍ତି । ଜନସାଧାରଣଙ୍କ ଅଭିଯୋଗକୁ ଜଣେ ତହସିଲଦାର କେମିତି ଶୁଣିବେ କେମିତି ବ୍ୟବହାର କରିବେ ଓ ଜନସାଧାରଙ୍କୁ ଉତ୍ତମ ବ୍ୟବହାର ଦେବେ ତାହାକୁ ବିଲକୁଲ ଏଇଠି କାର୍ୟ୍ୟକାରୀ ହେଉନାହିଁ । ବରଂ ଜଜଙ୍କ ଖଣ୍ଡପୀଠ ଭଳି ପୋଡିୟମ ବା କାଠ ଗଡା ଚାରିପଟେ ଲାଲ୍ କପଡ଼ା ଘୋଡାଇ ରଜବାଡି ଶାସନ ଭଳି ବସିଛନ୍ତି ତହସିଲଦାରଦାର । ଜନସାଧାରଣ ଓ ବିରଷ୍ଠ ନାଗରିକ ମାନଙ୍କ ପାଇଁ ବସିବାର ବ୍ୟବସ୍ତା ନାହିଁ । ଯେଉଁ ବୁଢ଼ା ବୁଢି ଚାଲି ପାରୁନାହାନ୍ତି ସେ ସେମାନଙ୍କୁ ହୁଇଲ ଚେୟାରରେ ନେଲେ ତହସିଲଦାରଙ୍କୁ ଦେଖି ପାରୁନାହାନ୍ତି କହିକିନା ତହସିଲଦାର ୫ଫୁଟ୍ ଉପରେ ବସୁଛନ୍ତି । ତହସିଲଦାରଙ୍କ ନିଜ ଅଫିସ ନାହିଁ କି କାର୍ୟ୍ୟଳୟ ନାହିଁ ସେ ଆକ୍ଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଭାବରେ ସବୁବେଳେ ବସୁଛନ୍ତି । ଆଇନ ଜୀବିମାନେ ବିଭିନ୍ନ ସମୟରେ ଜନସାଧାରଣ ତଥା ଗରୀବ ଅଶିକ୍ଷିତ ଲୋକକୁ ମାଜିଷ୍ଟ୍ରେଟ ପାଖରେ ଯେମିତି ବ୍ୟବହାର କରାଯାଏ ସେମିତି ଆମ ଜନତାଙ୍କୁ ବ୍ୟବହାର ଦେଉଥିବା ମଧ୍ୟ ଅଭିଯୋଗ ହେଉଅଛି । ତେବେ ଜଣେ ପ୍ରଶାସକ ଭାବରେ ଜନସାଧାରଣଙ୍କ ସହ ସମତୁଲ ସ୍ଥିତିରେ ବସି ଦୁଃଖ ଶୁଣିବା ବଦଳରେ ଜଣେ ମାଜିଷ୍ଟ୍ରଟ ଭଳି ବସି ସବୁ କାର୍ୟ୍ୟ ସମ୍ପାଦନ କରୁଥିବା ଦେଖିବାକୁ ମିଳିଛି । ଏନେଇ ଉପଜିଲ୍ଲାପାଳ ରେହାନ କ୍ଷେତ୍ରିଙ୍କୁ ପଚାରିବାରୁ କଣ ହେଇଛି ତାହାର ଅନୁସନ୍ଧାନ କରି ବୁଝିଲେ ନିଶ୍ଚୟ ତାର ବ୍ୟବସ୍ଥା କରାଯିବ ଓ ଜନସାଧାରଣଙ୍କ ସେବା ଜାରି ରହିବ ବୋଲି କହିଛନ୍ତି । ସେପଟେ କଣ୍ଟାବାଞ୍ଜି ତହସିଲଦାର ବିଶ୍ଵନାଥ ଖଲ୍କୋଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଶିଘ୍ର ତହସିଲଦାରଙ୍କ କାର୍ୟ୍ୟଳୟ ଖୋଲି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ଦରଖାସ୍ତ ଗ୍ରହଣ କରିବାକୁ ଦାବି ହେଉଛି ।

jittmm
Leave A Reply

Your email address will not be published.