oom

କାମ ଚାଲିଥିବା ବେଳେ ଭୁଶୁଡ଼ିଲା କୋଠା : ୩ ଶ୍ରମିକ ମୃତ

jsmm

ଭୁବନେଶ୍ୱର: ଭୁବନେଶ୍ୱର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ । ଏକ ପୁରୁଣା ଘର ଭାଙ୍ଗିବା ବେଳେ ଛାତ ଭୁଶୁଡ଼ିପଡ଼ିବାରୁ ୩ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ଚାପି ହୋଇଯାଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ଧରଣୀଧର ଦତ୍ତ । ତାଙ୍କ ଘର ବାଲେଶ୍ୱର ଜିଲ୍ଲାରେ । ସେହିଭଳି ଆହତ ଦୁଇ ଶ୍ରମିକ ହେଲେ, ଏସକେ ଅବଦୁଲ ଏବଂ ଶିଶିର ଦତ୍ତ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପୁରୁଣା ଘର ଭାଙ୍ଗିବା କାର୍ଯ୍ୟରେ ୭ରୁ ୮ଜଣ ଶ୍ରମିକ ନିୟୋଜିତ ହୋଇଥିଲେ । ଦୁର୍ଘଟଣା ପରେ ଅନ୍ୟ ଶ୍ରମିକମାନେ ସେଠାରୁ ଦୌଡ଼ି ପଳାଇଥିଲେ । ପୁରୁଣା ଘର ଭାଙ୍ଗିବା ବେଳେ ଲେବର ଲ’ ପାଳନ ହୋଇନଥିଲା । ଶ୍ରମିକମାନେ ଜୋତା କିମ୍ବା ହେଲମେଟ୍ ପିନ୍ଧିନଥିଲେ । ଏହି ଦୁର୍ଘଟଣା ପାଇଁ ଠିକାଦାର ଓ ଘର ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଜଏଣ୍ଟ ଲେବର କମିଶନର । ଅନ୍ୟପଟେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର ।

jittmm
Leave A Reply

Your email address will not be published.