ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଭାବେ ବିଡ଼ିଘାଟ ସମିତି ସଭ୍ୟା ଶ୍ରୀମତୀ ସରିତା ବାଗ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଶନିବାର ବ୍ଲକ ଅଧ୍ୟକ୍ଷା ନିର୍ବାଚନ ପ୍ରକ୍ରିୟାରେ ଶ୍ରୀମତୀ ବାଗ ଏକମାତ୍ର ପ୍ରାର୍ଥିନୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବାରୁ ନିର୍ବାଚନ ଅଧିକାରୀ ତାଙ୍କୁ ଅଧ୍ୟକ୍ଷା ଭାବେ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ଥର ଅଧ୍ୟକ୍ଷ ରହିଥିବା ଗୋପାଲ ବାଗଙ୍କ ଧର୍ମପତ୍ନୀ ହେଉଛନ୍ତି ଶ୍ରୀମତୀ ସରିତା ବାଗ ।