oom

ସରିଲା ସର୍ଟ ଫିଲ୍ମ ‘କପାଲ’ର ସୁଟିଂ : ଭିନ୍ନ ଏକ ସଂପର୍କର ନୀରବ କାହାଣୀ କହିବ ‘କପାଲ’

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଷ୍ଟୁଡ଼ିଓ ବ୍ୟାନରରେ ନିର୍ମିତ ହେଉଛି ଷଷ୍ଠ ଫିଲ୍ମ ‘କପାଲ’ । ଏହାର ସୁଟିଂ କଳାହାଣ୍ଡି ଜିଲ୍ଲା ମ.ରାମପୁର ଏବଂ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଂଚଳରେ ଶେଷ ହୋଇଥିବା ଜଣାଯାଇଛି । ତେବେ ଭିନ୍ନ ଏକ ସଂପର୍କର ନୀରବ କାହଣୀ କହିବ ‘କପାଲ’ ବୋଲି ପ୍ରଯୋଜକ ଆଶୁତୋଶ ଦାଶ ପ୍ରକାଶ କରିଛନ୍ତି । ପ୍ରଥମଥର ପାଇଁ ଉକିଆ ଚଳଚିତ୍ରରେ ଚମତ୍କାର ତଥା ଜୀବନ୍ତ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଓଡ଼ିଶାର ପ୍ରଥମ ମହିଳା ଅଧ୍ୟାପିକା ପର୍ବତାରୋହୀ ଲିପ୍ସାମୟୀ ଦୁବେ ଏହି ଚଳଚିତ୍ରରେ ମଧ୍ୟ ମୁଖ୍ୟ ଭୂମିକାରେ ନଜରକୁ ଆସୁଥିବା ବେଳେ ତାଙ୍କ ସହିତ ରହିଛନ୍ତି ଜଣେ ଉଦୀୟମାନ ଯୁବ ପ୍ରତିଭା ସୁନୀଲ କୁମାର ସାହୁ । ଶିଶୁକଳାକାର ପ୍ରିୟମ ଦାଶ ଏହି ଚଳଚିତ୍ରରେ ଅଭିନୟ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅନୁଭବୀ କଳାକାର ଯୋଗୀନ୍ଦ୍ର ବେହେରା, ଜସ୍ମିତା ବାଗ, ଦ୍ରୋଣାଚାର୍ଯ୍ୟ ମାଝୀ, ପ୍ରଶାନ୍ତ ସାମନ୍ତରା ପ୍ରମୁଖ ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା । କିରିଆ ଏବଂ ଉକିଆ ଚଳଚିତ୍ରର ସଫଳତା ପରେ କପାଲର କହାଣୀ ମଧ୍ୟ ରଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ, ଯୁବକବି ହେମନ୍ତ ସାହୁ । କ୍ୟାମେରା ପରିଚାଳନା ସୁନୀଲ ଏବଂ ତାଙ୍କୁ ସହଯୋଗ କରିଛନ୍ତି ନନ୍ଦ କିଶୋର ଓ ସୋନୁ ରଣା । ଖୁବ୍ କମ୍ ଦିନ ଭିତରେ ଫିଲ୍ମଟି ଶୁଭମୁକ୍ତି ହେବ ବୋଲି ପ୍ରଯୋଜକ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.