oom

ରାଜ୍ୟସ୍ତରୀୟ ସର୍ଗିଫୁଲରେ ଛାତ୍ରୀ ମାନଙ୍କ କୃତିତ୍ୱ

jsmm

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ସଇଁତଲା ବାଳିକା ହାଇସ୍କୁଲର ଛାତ୍ରୀମାନେ କୃତିତ୍ଵ ଅର୍ଜନ କରିଛନ୍ତି । ସ୍କୁଲକୁ ପହଁଚିବା ପରେ ସ୍କୁଲର ଶିକ୍ଷୟତ୍ରୀ ମାନେ ଫୁଲତୋଡ଼ା ଦେଇ ସ୍ୱାଗତଂ ସମ୍ବର୍ଦ୍ଧନା ଜଣାଇଥିଲେ । ସ୍କୁଲର ସୋନାଲି ବାଗ, ଶ୍ରୁତିମୟୀ କୁମାର, ଲଭଲି ଭୋଇ, ରୋଶନୀ ମହାନନ୍ଦ, ରବିତା କୁମ୍ଭାର, ସୁଲୋଚନା ମାଝୀ ଦଳଗତ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏକକ ସଙ୍ଗୀତ କନିଷ୍ଠରେ ଅଙ୍କିତା ବାରିକ, ନୃତ୍ୟ କନିଷ୍ଠରେ ଲିଜା ତାଣ୍ଡି, ବାଦ୍ୟଯନ୍ତ୍ର ବରିଷ୍ଠରେ ସୀମା ମହାନନ୍ଦ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିଭଳି ମଧ୍ୟପ୍ରଦେଶର ନରସିଂହପୁରଠାରେ ୧୭ ବର୍ଷରୁ କମ ବର୍ଗରେ ଅନୁଷ୍ଠିତ ଜାତୀୟ କବାଡ଼ି ପ୍ରତିଯୋଗିତାରେ ଦଶମ ଶ୍ରେଣୀର ଛାତ୍ରୀ ପ୍ରଭାତୀ ଭୋଇ ଏବଂ ମହାରାଷ୍ଟ୍ରର ଅମରାବତୀଠାରେ ହୋଇଥିବା ୧୪ ବର୍ଷରୁ କମ ବର୍ଗର ପ୍ରତିଯୋଗିତାରେ ଅମ୍ବିକା ଭୋଇ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍କୁଲକୁ ଗୌରବାନ୍ୱିତ କରିଥିବା ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.