centurian jitm

ଡଃ ଶଶିକାନ୍ତ ଆଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଫେସର ଡ଼ଃ ଶଶୀକାନ୍ତ ଆଚାର୍ଯ୍ୟଙ୍କ ଶ୍ରଦ୍ଧାଞ୍ଜଳି ସଭା ଜଗଦା ସ୍ଥିତ ବାଟମଙ୍ଗଳା ପରିସରରେ ହେତୁବାଦୀ ଗଗନ ବିହାରୀ ଧଳଙ୍କ ସଭାପତିତ୍ୱରେ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ମୁଖ୍ୟଅତିଥି ସମାଜସେବୀ ସଞ୍ଜୀବ ମହାନ୍ତି, ସମ୍ମାନିତ ଅତିଥି ଭାବେ ସମାଜସେବୀ ପୀତାମ୍ବର ଲେଙ୍କା, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଅର୍ଜୁନ ଚରଣ ସାମନ୍ତରାୟ, କବି ବଳରାମ ରାଉଳ, ପ୍ରଫେସର ଡ଼ଃ ଅଜିତ ବେହେରା, ଅଜିତ ନାୟକ, ସୁରେନ୍ଦ୍ର ଦାଶ, ନରେନ୍ଦ୍ର ଗୋପ, ଡ଼ଃ ନଗେନ ଦାସ ପ୍ରମୁଖ ସ୍ତୁତି ଚାରଣ କରି କହିଲେ ଯେ ଡ଼ଃ ଶଶୀକାନ୍ତ ଆଚାର୍ଯ୍ୟ ଏକା ଧାରରେ ଜଣେ ଓଡିଶା ପ୍ରସିଦ୍ଧ ସମାଜସେବକ, ବିଶିଷ୍ଟ ହେତୁବାଦୀ ଏବଂ ମାନବବାଦୀ ଥିଲେ । ସେ ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର, ଏବଂ ନିଶାନିବାରଣରୁ ମୁକ୍ତ କରିବା ପାଇଁ ଶେଷ ଜୀବନ ଯାଏ ଲୋକଙ୍କୁ ସଚେତନ କରୁଥିଲେ । ସମାଜରୁ ଅନ୍ଧବିଶ୍ୱାସ କୁସଂସ୍କାର ଦୂର କରି ବୈଜ୍ଞାନିକ ମନୋଭାବ ଓ ନିଜର ଆତ୍ମବିଶ୍ୱାସ ବଢେଇବାପାଇଁ ସେ ୧୦ ଖଣ୍ଡ ହେତୁବାଦୀ ବୈଜ୍ଞାନିକ ଦର୍ଶନକୁ ନେଇ ପୁସ୍ତକ ପ୍ରକାଶିତ କରି ସମାଜରେ ଅନ୍ଧବିଶ୍ୱାସ ଦୂର କରିବାକୁ ସର୍ବଦା ଚେଷ୍ଟିତ ଥିଲେ । ଅଞ୍ଜନ ଦେଓ, ରଜତ ନାୟକ, ଏବଂ ମଙ୍ଗଳା ମନ୍ଦିରର ସମସ୍ତ କର୍ମକର୍ତ୍ତା ସାହାର୍ଯ୍ୟ ଏବଂ ସହଯୋଗ କରିଥିଲେ । ତ୍ରିଲୋଚନ ପରିଡା, ସୁନନ୍ଦା ବରାଳ, ଭଗବତୀ ଜେନା, ଆଶ୍ରମ ଛାତ୍ରୀ ଶ୍ରଦ୍ଧା ଦାସ, ଲିଳିମା ଜୟପୁରିଆ, ଏବଂ ତାଙ୍କ ବଡ ପୁଅ ସୌରଜିତ ଆଚାର୍ଯ୍ୟ ପ୍ରମୁଖ ତାଙ୍କ ବିଷୟରେ ଏବଂ ହେତୁବାଦ ପ୍ରଚାର ପ୍ରସାର ପାଇଁ ସେ କରିଯାଇଥିବା କାର୍ଯ୍ୟ ସବୁର ପୁନରାବୃତ୍ତି କରି ତାକୁ ଆଗେଇ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଶୋକ ସଭାରେ ପ୍ରାୟ ୩୦୦ ରୁ ଅଧିକ ବ୍ୟକ୍ତି ଯୋଗ ଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମିଳା ତିଗଗା, ଦୁଲାରୀ ପଟେଲ, ପ୍ରଭାତ ମହାନ୍ତି, ମମତା ଆଚାର୍ଯ୍ୟ, ସବିତା ମହାପାତ୍ର, ଅମୀର ସିଂ, ଧୋବେଇ ବେହେରା, କମଳାକାନ୍ତ ଦାସ, କିଶୋର କୁମାର ସାମଲ, ଅର୍ଚ୍ଚନା ପଣ୍ଡା, ଭ୍ରମ୍ବର ଅଢା, ନିରୁପମା ବେହେରା, କୀର୍ତିଲତା ନନ୍ଦ, ମିନାକ୍ଷୀ, ବସୁମତୀ, ବୀଣାପାଣି ପଟ୍ଟନାୟକ, ରବି, ବିଶ୍ୱଜିତ, ପ୍ରଦୀପ, ରେଖା, ଡମ୍ବରୁ ଧର, ପାର୍ବତୀ, ସନ୍ତୋଷ ସ୍ୱାଇଁ, ବନଜା, ସରୋଜିନୀ, ସସ୍ମିତା, ସୁରେଶ, ଚିତ୍ତରଞ୍ଜନ, ଲଳିତା, ବିଜ୍ଞାନ, ବିକାଶ, ଫୁଲଜେମ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ହେମନ୍ତା ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.