oom

ପଣ୍ଡିତ କବିରାଜ ଦଶରଥ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସଂଗଠନ ତରଫରୁ କବିରାଜ ଦଶରଥ ମିଶ୍ରଙ୍କ ବିୟୋଗରେ ଶିକ୍ଷାବିତ୍‌ କପିଳ ପତିଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ପ୍ରେମଚନ୍ଦ ମହାନ୍ତି, ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ର, ଆଦ୍ୟାଶକ୍ତି ନାରୀ ସଂଗଠନର ସଂପାଦିକା କସ୍ତୁରୀ ରଥ, ଅଙ୍କୁର ସାହିତ୍ୟ ସଂସଦର ସଂପାଦକ ଡା. ଅଶୋକ କୁମାର ସେଠୀ, ଡ. ଭବାନୀ ଶଙ୍କର ପଟେଲ, ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ, ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ନିଜ ନିଜ ବକ୍ତବ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦଶରଥ ମିଶ୍ର ଜଣେ ବିଶିଷ୍ଟ ସଂସ୍କୃତ ଅଧ୍ୟାପକ, କବିରାଜ ଏବଂ ଆୟୁର୍ବେଦ କଲେଜ ନିର୍ମାଣରେ ପ୍ରମୁଖ ଭୂମିକା ତଥା ବଲାଙ୍ଗିରର ଅନେକ ସାମାଜିକ ସାଂସ୍କୃତିକ ଅନୁଷ୍ଠାନରେ ବିଭିନ୍ନ ଦାୟିତ୍ୱ ନିର୍ବାହ ତଥା ଉପଦେଷ୍ଟା ଭାବରେ ଅବସ୍ଥାପିତ ଥିଲେ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ଚୁଡେନ୍ଦ୍ର କୁମାର ବେହେରା, ପ୍ରଶାନ୍ତ ଷଡଙ୍ଗୀ, ରିନାରାଣୀ ଶତପଥି, ମିନାକ୍ଷୀ ଗୁରୁ, ସଂଯୁକ୍ତା ମିଶ୍ର, ଦୀପ୍ତିମୟୀ ମିଶ୍ର, ମାଧୁରୀ କୁଅଁର, ବଳିଷ୍ଠ ପଧାନ, ହୃଷିକେଶ ପୁରୋହିତ ଓ ଦୁର୍ଗା ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.