centurian jitm

ସ୍ୱର୍ଗତ ଲିଙ୍ଗରାଜ ଚିନ୍ଦାଙ୍କୁ ଶ୍ରଦ୍ଧାଞ୍ଜଳି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡର ଅଗ୍ରଣୀ ଅନୁଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟ ପକ୍ଷରୁ ଆଭାସୀ ମାଧ୍ୟମରେ ସ୍ୱର୍ଗତ କବି ଲିଙ୍ଗରାଜ ଚିନ୍ଦାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶୋକସଭା ପାଳନ କରାଯାଇଥିଲା । ଅନୁଷ୍ଠାନର ସଭାନେତ୍ରୀ ସଂଯୁକ୍ତା ପରଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦିକା ସୁଶ୍ରୀ ସବିତା ଭୋଇ, ଉପ ସଭାପତି ସୁରୁଚି ମିଶ୍ର, ବିରଞ୍ଚି ନାରାୟଣ ଦାଶ, ଲାଲଚନ ବଗର୍ତ୍ତୀ, ମମତା ମେହେର, ଶାନ୍ତି ମେହେର ସମେତ ଅନେକ କବି କବୟିତ୍ରୀ ଯୋଗ ଦେଇଥିଲେ । ଉପସ୍ଥିତ ସମସ୍ତ ବ୍ୟକ୍ତି ଶୋକ ପ୍ରକଟ କରିବା ସହିତ ସ୍ୱର୍ଗତ ଲିଙ୍ଗରାଜ ଚିନ୍ଦା ଜଣେ ସ୍ୱକୃତୀପ୍ରାପ୍ତ ଆକାଶବାଣୀ ଗୀତିକାର, ଶିଶୁ ସାହିତ୍ୟିକ, ସଂଗଠକ, କବି, ଲେଖକ ଥିଲେ ତାଙ୍କୁ ହରେଇ ଥିବାରୁ ଆମେ ସମସ୍ତେ ଦୁଃଖିତ ବୋଲି ମତ ପ୍ରକାଶ କରିଥିଲେ । ପରିଶେଷରେ ତାଙ୍କର ଆତ୍ମାର ସଦଗତି ସହିତ ଶୋକାକୁଳ ପରିବାରକୁ ଭଗବାନ ସହାୟ ହୁଅନ୍ତି ବୋଲି ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.