ଜାନୁୟାରୀ ୧୯ରୁ ସର୍ବଭାରତୀୟ ଲାଲମନି କ୍ରିକେଟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମରେ ଚଳିତ ମାସ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୩୭ତମ ସର୍ବଭାରତୀୟ ଲାଲମନି କ୍ରିକେଟ ପ୍ରତିଯୋଗିତା (ଲାଲମନି କ୍ରିକ ଫେଷ୍ଟ -୨୦୨୬) ହେବା ନେଇ ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସଙ୍ଘ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ରାଜ୍ୟ ଭିତରୁ ୫ଟି ଏବଂ ରାଜ୍ୟ ବାହାରୁ ୪ଟି ସମୁଦାୟ ୯ ଗୋଟି ଦଳ ଅଂଶଗ୍ରହଣ କରିବା ନେଇ ସୂଚନା ଦିଆଯାଇଛି । ୨୨ ତାରିଖ ପ୍ରଥମ ସେମି ଫାଇନାଲ ଏବଂ ୨୫ ତାରିଖ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଫାଇନାଲ ଖେଳ ୨୬ ତାରିଖ ଦିନ ଅନୁଷ୍ଠିତ ହେବ । ପ୍ରତ୍ୟେକ ମ୍ୟାଚ୍‌ଟି-୨୦, ଟି-୧୦ ଫର୍ମାଟରେ ଖେଳାଯିବ । ଏପରିକି ଆବଶ୍ୟକ ପଡିଲେ ସୁପର-୨ ଓଭର ଖେଳାଯିବ ବୋଲି ସୂଚନା ଦିଆଯାଇଛି । ଆନ୍ତର୍ଜାତିକ କ୍ରିକେଟିୟର ଖେଳାଳି ଆସିବା ଯୋଜନା ମଧ୍ୟ ରହିଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସଂଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ମଧ୍ୟ ଯୋଜନା ଅଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରିକେଟ ସଙ୍ଘ ସଭାପତି ରାମଶଙ୍କର ସାହୁ, ଉପସଭାପତି ବି. ସତ୍ୟନାରାୟଣ ରାଓ, ସମ୍ପାଦକ ପ୍ରଦୀପ ସେଠୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ପାତ୍ରଙ୍କ ସମେତ ଜିଲ୍ଲା କ୍ରିକେଟ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.