ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ୨୯ତମ ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କପ ପାଇଁ ଆୟୋଜକ ସଭାପତି ଜତିନ୍ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରେସ୍ମିଟ୍ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ସମାଜସେବୀ ନନ୍ଦିକିଶୋର ନନ୍ଦ, ମାଳତୀ କୁଅଁର, ମନୋଜ କୁମାର ସାହୁ, ସୌଦାଗର ସାହୁ, ସନ୍ତୋଷ ସାହୁ, ଦିଲ୍ଲୀପ ସାହୁ, ଲଳିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଦର୍ଶ ସାହୁ ଅତିଥି ପରିଚୟ ଦେଇଥିଲେ । ଆସନ୍ତା ଡିସେମ୍ବର ୨୪ରୁ ୩୦ ଯାଏଁ ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କପ୍ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ୍ ସମେତ ପ୍ରତ୍ୟେକ ମ୍ୟାଚ୍ ୨୦ ଓଭର ବିଶିଷ୍ଟ ମ୍ୟାଚ୍ ଖେଳାଯିବ । ଏହି ପ୍ରତିଯୋଗିତାରେ ଦେଶର ବଛା ବଛା ଦଳ ଅଂଶଗ୍ରହଣ କରିବେ । ଚମ୍ପିୟାନ ଦଳକୁ ନଗଦ ୫୦ ହଜାର ସହ ଟ୍ରଫି ଓ ରନର୍ସ ଦଳକୁ ନଗଦ ୩୦ ହଜାର ସହ ଟ୍ରଫି ପ୍ରଦାନ କରାଯିବ । ଏହି ସଭାରେ ଆୟୋଜକ ଉପ ସଭାପତି ଆଦର୍ଶ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ଆକାଶ ସାହୁ, ସହ କୋଷାଧ୍ୟକ୍ଷ ସତ୍ୟନାରାୟଣ ସାହୁ, ଉପଦେଷ୍ଟା ରାମଚନ୍ଦ୍ର ସାହୁ, ସୁଶାନ୍ତ କୁମାର ସାହୁ, ଅଶ୍ୱିନୀ ସାହୁ, ପ୍ରମୋଦ ସାହୁ, ରୋହିତ ସାହୁ, ପ୍ରଶାନ୍ତ ସାହୁ, ସ୍ୱତନ୍ତ୍ର ସାହୁ, ଆନନ୍ଦ ସାହୁ, ହେମସାଗର ସାହୁ, ବିନନ୍ଦ ସାହୁ, ଜୁନିୟର ପ୍ରଶାନ୍ତ ସାହୁ, ନିରାକାର ରଣା, ନରେଶ ସାହୁ ପ୍ରମୁଖ ପ୍ରେସ୍ମିଟ୍ରେ ଉପସ୍ଥିତ ଥିଲେ । ଏହି ଅବସରରେ ଦୀପକ ସାହୁ, ରିଷଭ ସାହୁ, ବବଲୁ ପୃଷ୍ଟି, ଜୟକିଶୋର ସୁନା, ସୁପିନ ସାହୁ, ନିକୁ ସାହୁ, ବିଲାସ ବେହେରା, ପିଙ୍କୁ ସେଠ, କବିରାଜ ସାହୁ, ରୂପକ ସେଠ, ସାନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ସଭାଶେଷରେ ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।